ETV Bharat / bharat

କାନପୁରରେ ପହଁଞ୍ଚିଲେ କିଙ୍ଗପିନ ବିକାଶ ଦୁବେ ପରିବାର

author img

By

Published : Jul 10, 2020, 2:08 PM IST

ବିକାଶ ଦୁବେଙ୍କ ପୁଅ ଏବଂ ପତ୍ନୀଙ୍କ ସହ ପୋଲିସ କାନପୁରରେ ପହଞ୍ଚିଛି। ତେବେ ତାଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।

କିଙ୍ଗପିନ ବିକାଶ ଦୁବେର ଚାପ୍ଟର କ୍ଲୋଜ, ବଢିଲା ପୁଅ ଓ ସ୍ତ୍ରୀର ସୁରକ୍ଷା ବ୍ୟବସ୍ଥା

କାନପୁର: ବିକାଶ ଦୁବେଙ୍କ ପୁଅ ଏବଂ ପତ୍ନୀ ପୋଲିସ ସହ କାନପୁରରେ ପହଞ୍ଚିଛନ୍ତି। ତେବେ ତାଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ସୂଚନା ଅନୁସାରେ, ଆଜି ସକାଳେ ବିକାଶ ଦୁବେଙ୍କୁ କାନପୁରକୁ ଆଣିଥିବା ଏସଟିଏଫ୍ କନଭେନର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ କାରଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ବିକାଶ ଦୁବେ ପୋଲିସଙ୍କ ବନ୍ଧୁକ ଛଡ଼ାଇ ଖସି ପଳାଇ ଯିବାକୁ ଉଦ୍ୟମ କରୁଥିବା ବେଳେ ତାକୁ ଏନକାଉଣ୍ଟର କରାଯାଇଛି।

ତେବେ କାନପୁର ଏନକାଉଣ୍ଟରରେ ବିକାଶ ଦୁବେକୁ ତାର ପତ୍ନୀ ଓ ପୁଅ ସହଯୋଗ କରୁଥିଲେ। ସେମାନଙ୍କୁ ପୋଲିସ ଗିରଫ କରି ରିମାଣ୍ଡରେ ନେଇଛି। ଶୁକ୍ରବାର ଦୁବେର ପତ୍ନୀଙ୍କୁ ପଚରାଉଚରା କରାଯିବ। ତେବେ ଏହି ଏନକାଉଣ୍ଟର ପରେ ୟୁପି ପୋଲିସକୁ କିଏ ବାଃ ବାଃ କରୁଥିବା ବେଳେ ଛିଡା ହୋଇଛି ନାନାଦି ପ୍ରଶ୍ନ। ଦୁବେ ଭଳି ଦୁର୍ଦ୍ଧାନ୍ତ ଅପରାଧୀକୁ ଏନକାଉଣ୍ଟର କରି ଚାପ୍ଟର କ୍ଲୋଜ କରିବାକୁ ପୋଲିସର ଯୋଜନାବଦ୍ଧ ଷଡଯନ୍ତ୍ର କି?? ନାଁ ଦୁବେର ଅସାଧୁ ସଙ୍ଗଠନରେ ସାମିଲ ଥିଲେ ରାଜନେତା ଓ ବଡ ବଡ ପୋଲିସ ବାବୁ। କଣ ଏସବୁ ପର୍ଦ୍ଦାଫାଶ ହେବା ଭୟରେ କ୍ରିମିନାଲ ବିକାଶକୁ ସବୁଦିନ ପାଇଁ ସଫା କରିଦିଆଗଲା ରାସ୍ତାରୁ। ତେବେ କାହିଁକି କୁଖ୍ୟାତ୍ ଅପରାଧୀକୁ ବିନା ସୁରକ୍ଷାରେ ଅଣାଯାଉଥିଲା ତାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.