ETV Bharat / bharat

ସିଏଏ ବିରୋଧ ପ୍ରଦର୍ଶନ: ୟୁପି ପୋଲିସ ନାଁରେ ମହିଳାଙ୍କ କମ୍ବଳ ଚୋରି ଅଭିଯୋଗ

ଲକ୍ଷ୍ନୌର ଘଣ୍ଟାଘରରେ ସିଏଏକୁ ବିରୋଧ କରି ମୁସଲିମ ମହିଳାଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି । ଘଣ୍ଟାଘରରେ ଜାରି ରହିଥିବା ପ୍ରଦର୍ଶନ ସମୟରେ ପୋଲିସର କାର୍ଯ୍ୟାନୁଷ୍ଠାନ ପରେ ପ୍ରଦର୍ଶନସ୍ଥଳରେ ଅପ୍ରୀତିକର ପରିସ୍ଥତି ସୃଷ୍ଟି ହୋଇଥିଲା । ରବିବାର ପୋଲିସ ପ୍ରଦର୍ଶନକାରୀ ମହିଳାଙ୍କ ପାଖରୁ ଖାଇବା-ପିଇବା ସାମଗ୍ରୀ ସହିତ କମ୍ବଳ ଛଡାଇ ନେଇଛି । ଅଧିକ ପଢନ୍ତୁ...

UP police accused of stealing blankets
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jan 19, 2020, 1:07 PM IST

ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନ ସିଏଏ ଓ ଜାତୀୟ ନାଗରିକତା ପଞ୍ଜିକା(ଏନଆରସି) ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ମହିଳା । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଶାହିନ ବାଗ ଇଲାକାରେ ମହିଳା ମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି । ସେହିପରି ଏବେ ୟୁପିର ଆଲିଗଡରେ ମଧ୍ୟ ଏହି ଆଇନକୁ ବିରୋଧ କରି ମହିଳା ମାନେ ସଡକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଶନିବାର ଆଲିଗଡରେ 60-70 ଅଜ୍ଞାତ ମହିଳାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ସେହିପରି ପ୍ରତିବାଦ କରୁଥିବା ମହିଳାଙ୍କ ଠାରୁ ଲକ୍ଷ୍ନୌ ପୋଲିସ ଖାଦ୍ୟ ସାମଗ୍ରୀ ଏବଂ କମ୍ବଳ ଛଡ଼ାଇ ନେଇଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି ।

ଭିିଡିଓ ସୌଜନ୍ୟ: ସୋସିଆଲ ମିଡିଆ

ସୂଚନା ଅନୁସାରେ ଲକ୍ଷ୍ନୌର ଘଣ୍ଟାଘରରେ ସିଏଏକୁ ବିରୋଧ କରି ମୁସଲିମ ମହିଳାଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି । ଘଣ୍ଟାଘରରେ ଜାରି ରହିଥିବା ପ୍ରଦର୍ଶନ ସମୟରେ ପୋଲିସର କାର୍ଯ୍ୟାନୁଷ୍ଠାନ ପରେ ପ୍ରଦର୍ଶନସ୍ଥଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ରବିବାର ପୋଲିସ ପ୍ରଦର୍ଶନକାରୀ ମହିଳାଙ୍କ ପାଖରୁ ଖାଇବା-ପିଇବା ସାମଗ୍ରୀ ସହିତ କମ୍ବଳ ଛଡାଇ ନେଇଛି ।

ସୂଚନା ଯୋଗ୍ୟ ଯେ, ଦିଲ୍ଲୀ ଶାହିନ ବାଗରେ ପ୍ରଦର୍ଶନ ପରେ ଦେଶର ବିଭିନ୍ନ ଅଞ୍ଚଳରେ ମହିଳା ମାନେ ବିରୋଧ ପ୍ରଦର୍ଶନ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି । କୋଲକାତା, ହାଇଦ୍ରାବାଦ, ମୁମ୍ବାଇ, ପ୍ରୟାଗରାଜ, ପାଟନା ଓ ଇନ୍ଦୋରରେ ମହିଳା ମାନେ ସିଏଏକୁ ବିରୋଧ କରି ସଡକରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.