ETV Bharat / bharat

ଇଣ୍ଡିଗୋ ବିମାନରେ ବୋମା ଗୁଜବ - ଲକ୍ଷ୍ନୌ ବିମାନ ବନ୍ଦରରେ ବୋମା ଗୁଜବ

ଉତ୍ତରପ୍ରଦେଶ ଲକ୍ଷ୍ନୌର ଅମୌସୀ ବିମାନ ବନ୍ଦରରେ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା । ଗୁଜବ ଖବର ଦେଇଥିବା ବ୍ୟକ୍ତି ପିୟୁଷ ବର୍ମାଙ୍କୁ ବର୍ତ୍ତମାନ ପୋଲିସ ଅଟକ ରଖି ପଚରାଉଚୁରା ଜାରି ରଖିଛି ।

ଇଣ୍ଡିଗୋ ବିମାନ ବନ୍ଦରରେ ବୋମା ଗୁଜବ
author img

By

Published : Oct 13, 2019, 2:34 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌର ଅମୌସୀ ବିମାନ ବନ୍ଦରରେ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା । ଏଭଳି ଖବର ଶୁଣିବା ପରେ ଯାତ୍ରୀଙ୍କ ମଧ୍ୟରେ ଭୟର ଆତଙ୍କ ଖେଳିଯାଇଥିଲା । ସୂଚନା ପାଇବା ପରେ ସୁରକ୍ଷାକର୍ମୀମାନେ ଉକ୍ତ ବିମାନର ଯାଞ୍ଚ କରିବା ପରେ ଜଣାଗଲା ଯେ ଖବରଟି ମିଥ୍ୟା ଥିଲା । ଗୁଜବ ଖବର ଦେଇଥିବା ବ୍ୟକ୍ତି ପିୟୁଷ ବର୍ମାଙ୍କୁ ବର୍ତ୍ତମାନ ପୋଲିସ ଅଟକ ରଖି ପଚରାଉଚୁରା ଜାରି ରଖିଛି ।

ସୂଚନା ଅନୁସାରେ ଶନିବାର ଲକ୍ଷ୍ନୌ ବିମାନ ବନ୍ଦରରେ ପିୟୁଷ ବର୍ମା ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ବାହାରିଥିଲେ । ସେଠାରେ ତାଙ୍କୁ ଚେକିଂ କରିବା ପରେ ସେ ଜଣେ ଯାତ୍ରୀଙ୍କୁ ପଚାରିଲେ ଯେ ସେ କେଉଁଠାକୁ ଯାଉଛନ୍ତି । ଉକ୍ତ ଯାତ୍ରୀ ତାଙ୍କୁ କହିଲେ ଇଣ୍ଡିଗୋ ଫ୍ଲାଇଟ ଯୋଗେ ଚେନ୍ନାଇ ଯାତ୍ରା କରୁଛି । ତାଙ୍କର ଏହି ଉତ୍ତରରେ ହଠାତ ପିୟୁଷ ବର୍ମା ପାଟି କରିବାକୁ ଲାଗିଲେ । ଆଉ କହିଲେ ସେହି ଇଣ୍ଡିଗୋ ଫ୍ଲାଇଟରେ ବିସ୍ଫୋରକ ଖଞ୍ଜା ଯାଇଛି ।

ଉକ୍ତ ଇଣ୍ଡିଗୋ ଫ୍ଲାଇଟ ଶନିବାର ସନ୍ଧ୍ୟା 7.25 ରେ ଚେନ୍ନାଇ ଅଭିମୁଖେ ନିଜର ଉଡାଣ ଭରିଥାନ୍ତା । କିନ୍ତୁ ବର୍ମାଙ୍କ ଏପରି ଖବର ଶୁଣିବା ପରେ ତୁରନ୍ତ ଫ୍ଲାଇଟରୁ ରଦ୍ଦ କରି ସୁରକ୍ଷାକର୍ମୀମାନେ ଯାଞ୍ଚ କଲେ । ପରବର୍ତ୍ତୀ କାଳରେ ଜାଣିବାକୁ ପାଇଲେ ସେହି ଫ୍ଲାଇଟରେ କୌମସି ବୋମା ନଥିଲା । ଖବରଟି ସମ୍ପୂର୍ଣ୍ଣ ମିଥ୍ୟା । ସେପଟେ ପୋଲିସ ବର୍ମାଙ୍କୁ ଅଟକ ରଖି ପଚରାଉଚୁରା କରିବା ପରେ ଜଣାପଡିଲା ଯେ ବର୍ମା ମାନସିକ ବିକୃତିର ଶିକାର । ବର୍ତ୍ତମାନ ସୁଦ୍ଧା ପୋଲିସର ତଦନ୍ତ ଜାରି ରହିବା ସହିତ ବର୍ମାଙ୍କୁ ପଚରାଉଚୁରା ଜାରି ରଖିଛି ।

Intro:Body:

b

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.