ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବିଜେପି ନେତା ତଥା ମନ୍ତ୍ରୀ ଗିରିରାଜ ସିଂ ଧର୍ମେଶ ବହୁଜନ ସମାଜବାଦୀ ପାର୍ଟି ସଭାପତି ମାୟାବତୀଙ୍କୁ ଜୀବନ୍ତ ତାର ସହିତ ତୁଳନା କରିଛନ୍ତି । ଗିରିରାଜ କହିଛନ୍ତି, ‘ତାଙ୍କୁ ଯେ ଛୁଇଁବ ସେ ମୃତ୍ୟୁବରଣ କରିବ ଅଥବା ଧ୍ବଂସ ହୋଇଯିବ । ସେ କୁଟିଳ, ନିଜର ଲାଭ ହାସଲ ପରେ ଅନ୍ୟକୁ ଧୋକା ଦିଅନ୍ତି ।’ ନିଜର ଫାଇଦା ପାଇଁ ମାୟାବତୀ ସମାଜବାଦୀ ପାର୍ଟିକୁ ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି ।
ମାୟାବତୀ ଲୋକସଭା ନିର୍ବାଚନ ସମୟରେ ସମାଜବାଦୀ ପାର୍ଟି ସାହାଯ୍ୟରେ ନିଜ ଦଳର ଆସନକୁ 10ରେ ପହଞ୍ଚାଇଥିଲେ ଓ ପରେ ତାଙ୍କୁ ସହଯୋଗ କରି ନଥିଲେ । ସେ ଅନୁସୂଚିତ ଜାତି ନାମରେ କେବଳ ଭୋଟ ଭାଗ କରୁଛନ୍ତି ଓ କେବେ ବି ସମାଜ ଓ ଜନତାଙ୍କ ପାଇଁ କାମ କରି ନାହାନ୍ତି ବୋଲି ଗିରିରାଜ ସିଂ ଧର୍ମେଶ କହିଛନ୍ତି ।
ଗିରିରାଜ ସିଂ ଧର୍ମେଶ ଆଗ୍ରାର କ୍ୟାଣ୍ଟନମେଣ୍ଟ ଅଞ୍ଚଳରୁ ବିଧାନସଭାକୁ ପ୍ରତିନିଧିତ୍ବ କରୁଥିବା ବେଳେ ରାଜ୍ୟର ସାମାଜିକ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି ।
ଇଟିଭି ଭାରତ ବ୍ୟୁରୋ