ଲକ୍ଷ୍ନୌ: ଉତ୍ତରପ୍ରଦେଶର କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟି ବା କେଜିଏମୟୁରେ କୋରୋନା ଆଣ୍ଟିବଡି ପରୀକ୍ଷା ଆରମ୍ଭ ହୋଇଛି। କେଜିଏମୟୁ ହେଉଛି ରାଜ୍ୟର ଏକମାତ୍ର ଡାକ୍ତରଖାନା, ଯେଉଁଠାରେ ଆଣ୍ଟିବଡି ପରୀକ୍ଷା ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ 100 ସ୍ବାସ୍ଥ୍ୟ କର୍ମୀ ଓ ପ୍ଲାଜମା ଡୋନର୍ସଙ୍କୁ ଏହି ଆଣ୍ଟିବାଡି ଦିଆଯାଇଛି ।
କେଜିଏମୟୁ ଆଣ୍ଟିବଡି ପରୀକ୍ଷଣର ମୁଖ୍ୟ ଡ଼ଃ ତୂଲିକା ଚନ୍ଦ୍ର କହିଛନ୍ତି ଯେ ଆଣ୍ଟିବଡି ପରୀକ୍ଷା ରାପିଡ୍ ଟେଷ୍ଟିଂ ପରୀକ୍ଷଣ ପରି । ଏହା କୋରୋନା ଭାଇରସ ଆଣ୍ଟି- PCR ପରୀକ୍ଷା ଠାରୁ ଭିନ୍ନ । ଏହା ସ୍ଥିର କରେ ଯେ ଜଣେ ବ୍ୟକ୍ତିଙ୍କ ଶରୀରରେ ଆଣ୍ଟିଭାଇରସ୍ ତିଆରି ହୋଇଛି କି ନାହିଁ ।
ସେ କହିଛନ୍ତି, ଆଣ୍ଟିବଡି ପରୀକ୍ଷା କରି ଫ୍ରଣ୍ଟଲାଇନ ସ୍ବାସ୍ଥକର୍ମୀଙ୍କ ମଧ୍ୟରେ ଏହି ଆଣ୍ଟିବଡି ବିକଶିତ ହୋଇଛି କି ନାହିଁ ତାହା ଦେଖାଯିବ। ଯଦି ତାଙ୍କ ଭିତରେ ଏହି ଆଣ୍ଟିବଡି ବିକଶିତ ହୋଇଛି, ତେବେ ସେ କୋରୋନା ସହିତ ଲଢିବାକୁ ଅଧିକ ସମର୍ଥ ହେବେ ।