ETV Bharat / bharat

ଭିଡିଓ ପୋଷ୍ଟ କରି ସାମ୍ବାଦିକ ଗିରଫ

ଏକ ଘରୋଇ ଚ୍ୟାନେଲର ସାମ୍ବାଦିକ ପ୍ରଶାନ୍ତ କନୋଜିଆ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ନିଜର ଟ୍ବିଟର ଏବଂ ଫେସବୁକ୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିବା ସହ ଆପତ୍ତିଜନକ କମେଣ୍ଟ କରି ଗିରଫ ହୋଇଛନ୍ତି ।

author img

By

Published : Jun 9, 2019, 1:46 PM IST

ଫାଇଲ ଫଟୋ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ସୋସିଆଲ ମିଡ଼ିଆରେ ଟିପ୍ପଣୀ ଦେଇ ଜଣେ ସାମ୍ବାଦିକ ଗିରଫ ହୋଇଛନ୍ତି । ଗିରଫ ହୋଇଥିବା ଉକ୍ତ ସାମ୍ବାଦିକ ଜଣକ ହେଉଛନ୍ତି ଏକ ଘରୋଇ ଗଣମାଧ୍ୟମର ମୁଖ୍ୟ ପ୍ରଶାନ୍ତ କନୋଜିଆ ।

ସୂଚନା ଅନୁଯାୟୀ, ପ୍ରଶାନ୍ତ ନିଜର ଟ୍ବିଟର ଏବଂ ଫେସବୁକ୍ ଆକାଉଣ୍ଟରେ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଏକ ଭିଡିଓ ପୋଷ୍ଟ କରିବା ସହ ଏକ ଆପତ୍ତିଜନକ କମେଣ୍ଟ କରିଥିଲେ ।

ତେବେ ଭାଇରାଲ ଭିଡିଓରେ ଦେଖାଯାଉଛି ଜଣେ ମହିଳା ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟ ବାହାରେ ବିଭିନ୍ନ ମିଡିଆ ସଂଗଠନର ପତ୍ରକାରଙ୍କ ସହ କଥା ହେଉଛନ୍ତି । ଏଥିସହ ମହିଳା ଯୋଗୀଙ୍କୁ ବିବାହ ପ୍ରସ୍ତାବ ଦେଇଥିବାର ଦାବି କରୁଛନ୍ତି । ଏହି ଭିଡିଓକୁ ନେଇ ପ୍ରଶାନ୍ତ ଏକ କମେଣ୍ଟ ‘‘ଇସ୍କ ଛୁପତା ନେହି ଛୁପାନେ ସେ’’ ଲେଖି ଭିଡିଓଟିକୁ ନିଜର ଟ୍ବିଟର ଏବଂ ଫେସବୁକ୍ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା

ତେଣୁ ବିନା ତଥ୍ୟ ଆଧାରରେ ପତ୍ରକାର ଶ୍ରୀ କନୋଜିଆ ଭିଡିଓକୁ ଭାଇରାଲ କରିଥିବାରୁ ତାଙ୍କୁ ଧାରା 67 ଅନୁଯାୟୀ ଗତ ଶନିବାର ଅପରାହ୍ନରେ ଦିଲ୍ଲୀର ୱେଷ୍ଟ ବିନୋଦ ନଗରରୁ ଥିବା ତାଙ୍କ ଘରୁ ଗିରଫ କରିଥିଲା ପୋଲିସ ।

Intro:Body:

dfs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.