ETV Bharat / bharat

ହାଇକୋର୍ଟକୁ ଯୋଗୀ ସରକାରଙ୍କ ଅନୁରୋଧ, POCSO ମାମଲା ଶୀଘ୍ର ସମାଧାନ କରନ୍ତୁ - ହାଇକୋର୍ଟକୁ ଯୋଗୀ ସରକାରଙ୍କ ଅନୁରୋଧ

ଉତ୍ତରପ୍ରଦେଶ ସରକାର ବର୍ତ୍ତମାନ ଆହ୍ଲାବାଦ ହାଇକୋର୍ଟକୁ ଅନୁରୋଧ କରିଛନ୍ତି ଯେ POCSO ଆକ୍ଟ ସହ ଜଡିତ ମାମଲା ଗୁଡିକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରାଯାଉ।

ଉତ୍ତରପ୍ରଦେଶ ସରକାର
ଉତ୍ତରପ୍ରଦେଶ ସରକାର
author img

By

Published : Oct 11, 2020, 2:02 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାର ବର୍ତ୍ତମାନ ଆହ୍ଲାବାଦ ହାଇକୋର୍ଟକୁ ଅନୁରୋଧ କରିଛନ୍ତି ଯେ POCSO ଆକ୍ଟ ସହ ଜଡିତ ମାମଲା ଗୁଡିକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରାଯାଉ । ସରକାର ଏହା ମଧ୍ୟ ଅନୁରୋଧ କରିଛନ୍ତି ଯେ ସମସ୍ତ ଜିଲ୍ଲା ବିଚାରପତିଙ୍କୁ ହାଇକୋର୍ଟ ନିର୍ଦ୍ଦେଶନାମା ଜାରି କରନ୍ତୁ ।

ମହିଳା ସୁରକ୍ଷା ପାଇଁ ସରକାର ଏକ ସ୍ବତନ୍ତ୍ର ଅଭିଯାନ ମଧ୍ୟ ଘୋଷଣା କରିଛନ୍ତି। ମହିଳା ସୁରକ୍ଷା ପାଇଁ ଅକ୍ଟୋବର 17 ରୁ ଅକ୍ଟୋବର 25 ପର୍ଯ୍ୟନ୍ତ ୟୁପିରେ ଏକ ସ୍ବତନ୍ତ୍ର ଅଭିଯାନ ଚାଲିବ । ପ୍ରକାଶଥାଉକି, ରାଜ୍ୟର ଅନେକ କୋର୍ଟରେ 20 ହଜାରରୁ ଅଧିକ ଦୁଷ୍କର୍ମ ମାମଲା ବିଚାରାଧୀନ ରହିଛି । ରାଜ୍ୟର ବିଭିନ୍ନ କୋର୍ଟରେ ଶୁଣାଣି ଚାଲିଛି ।

କୋରୋନା ମହାମାରୀ କାରଣରୁ କୋର୍ଟର କାର୍ଯ୍ୟ ମଧ୍ୟ ବ୍ୟାହତ ହୋଇଥିଲା । ପ୍ରକାଶଥାଉକି, କୋରୋନା ଅବଧି ସମୟରେ ନ୍ୟାୟିକ ପ୍ରକ୍ରିୟାରେ ବାଧା ଉପୁଜିବା ସତ୍ତ୍ବେ ରାଜ୍ୟରେ ମହିଳା ଅପରାଧ ସହ ଜଡିତ 1835 ମାମଲାର ବିଚାର କରାଯାଇଥିଲା। ଏହାସହ ମହିଳା ଅପରାଧ ସହ ଜଡିତ 612 ମାମଲାରେ କୋର୍ଟ ମଧ୍ୟ ଅଭିଯୁକ୍ତଙ୍କୁ ଦଣ୍ଡିତ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.