ନୂଆଦିଲ୍ଲୀ: ହାଥରସ ଘଟଣାରେ ସୁପ୍ରିମକୋର୍ଟରେ ଆଫିଡେଭିଟ ଦାଖଲ କରିଛନ୍ତି ଉତ୍ତରପ୍ରଦେଶ ସରକାର । ପୀଡିତାଙ୍କ ପରିବାରର ସୁରକ୍ଷା ସୁନିଶ୍ଚିତ କରିବା ସହ ସେମାନଙ୍କୁ ତ୍ରିସ୍ତରୀୟ ସୁରକ୍ଷା ଯୋଗାଇ ଦିଆଯାଇଥିବା ଏହି ଆଫିଡେଭିଟରେ କୁହାଯାଇଛି ।
ଏହାସହ ଘଟଣାରେ ରିପୋର୍ଟ ଦାଖଲ କରିବା ପାଇଁ ସିବିଆଇଇକୁ ନିର୍ଦେଶ ଦେବାକୁ କହିଛନ୍ତି ଯୋଗୀ ସରକାର ।
ଏହି ମଧ୍ୟରେ ସିବିଆଇ ଟିମ ପୀଡିତାଙ୍କ ପରିବାରର ମହିଳା ସଦସ୍ୟଙ୍କୁ ମଧ୍ୟ ପଚରାଉଚରା କରିବ। ତେବେ ପୀଡିତାଙ୍କ ଘରେ ଏହି ତଦନ୍ତ କରାଯିବ।
ତେବେ ବୁଧବାର ସିବିଆଇ ଟିମ ପୀଡିତାଙ୍କ ପରିବାରର ତିନିଜଣ ସଦସ୍ୟଙ୍କୁ ପଚରାଉଚରା କରିବ ବୋଲି ଜଣାପଡିଛି ।