ETV Bharat / bharat

ୟୁପିରେ କୋରୋନା ଯୋଦ୍ଧାଙ୍କୁ ଆକ୍ରମଣ କଲେ 7 ବର୍ଷ ଜେଲ୍‌, 5 ଲକ୍ଷ ଜୋରିମାନା

author img

By

Published : May 6, 2020, 6:02 PM IST

ଡାକ୍ତର, ସ୍ବାସ୍ଥ୍ୟ କର୍ମୀ, ପୋଲିସ୍ କର୍ମଚାରୀ ଏବଂ ଏପରିକି ପରିମଳ କର୍ମଚାରୀଙ୍କୁ ଆକ୍ରମଣ କରାଯାଉଛି । ଏବେ ଏମାନଙ୍କ ଉପରେ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କ ଉପରେ ଉତ୍ତରପ୍ରଦେଶ ସରକାର କଠୋର ହୋଇଛନ୍ତି । କୋରୋନା ଯୋଦ୍ଧାଙ୍କୁ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କୁ 5 ଲକ୍ଷ ଟଙ୍କା ଜୋରିମାନା ଏବଂ 7 ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ପାଇଁ ନିଷ୍ପତ୍ତି ନେଇଛନ୍ତି ୟୁପି ସରକାର । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ଲକ୍ଷ୍ମୌ: ସାରା ଦେଶରେ କୋରୋନା ଲଢେଇ ଜାରି ରହିଛି । ଏପରିସ୍ଥଳେ ଅନେକ ସ୍ଥାନରେ କୋରୋନା ଯୋଦ୍ଧା ମାନଙ୍କୁ ଆକ୍ରମଣ, ଅପମାନଜକ ମନ୍ତବ୍ୟ ଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସୁଛି । ଡାକ୍ତର, ସ୍ବାସ୍ଥ୍ୟ କର୍ମୀ, ପୋଲିସ୍ କର୍ମଚାରୀ ଏବଂ ଏପରିକି ପରିମଳ କର୍ମଚାରୀଙ୍କୁ ଆକ୍ରମଣ କରାଯାଉଛି । ଏବେ ଏମାନଙ୍କ ଉପରେ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କ ଉପରେ ଉତ୍ତରପ୍ରଦେଶ ସରକାର କଠୋର ହୋଇଛନ୍ତି । କୋରୋନା ଯୋଦ୍ଧାଙ୍କୁ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କୁ 5 ଲକ୍ଷ ଟଙ୍କା ଜୋରିମାନା ଏବଂ 7 ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ପାଇଁ ନିଷ୍ପତ୍ତି ନେଇଛନ୍ତି ୟୁପି ସରକାର ।

ଡାକ୍ତର, ପାରାମେଡିକାଲ୍ କର୍ମଚାରୀ, ପୋଲିସ୍ କର୍ମଚାରୀ ଏବଂ ପରିମଳ କାର୍ଯ୍ୟରେ ନିୟୋଜିତ କୋରୋନା ଯୋଦ୍ଧାଙ୍କୁ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କୁ 5 ଲକ୍ଷ ଟଙ୍କା ଜୋରିମାନା ଏବଂ 7 ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିବ। । ଏହି ପ୍ରସଙ୍ଗରେ ଯୋଗୀ ଆଦିତ୍ୟନାଥ କ୍ୟାବିନେଟ୍ ଦ୍ବାରା ବୁଧବାର ଦିନ ଏକ ଡ୍ରାଫ୍ଟ ଅର୍ଡିନାନ୍ସ ପାରିତ ହୋଇଛି । ମହାମାରୀ ରୋଗ ଆଇନ, 1897 ଅନୁଯାୟୀ ଏହି ଦଣ୍ଡ ବିଧାନ କରାଯାଇଛି ।

ସରକାରୀ ମୁଖପାତ୍ର କହିଛନ୍ତି ଯେ ରାଜ୍ୟ ସରକାର - ଉତ୍ତରପ୍ରଦେଶ ମହାମାରୀ ରୋଗ କୋଭିଡ -19 ନିୟମାବଳୀ, 2020 ଦ୍ବାରା କରାଯାଇଥିବା ସଂଶୋଧନ ଯଥାଶୀଘ୍ର କାର୍ଯ୍ୟକାରୀ ହେବ। ଏହାର ଅର୍ଥ ଯେଉଁମାନେ କୋରୋନା ଯୋଦ୍ଧାଙ୍କୁ ଅପମାନିତ କରୁଛନ୍ତି ଏବଂ ଆକ୍ରମଣ କରୁଛନ୍ତି, ସେମାନଙ୍କୁ ଦଣ୍ଡିତ କରାଯିବ ।

ଅଧ୍ୟାଦେଶରେ ସ୍ବାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ କିମ୍ବା ନିର୍ଯାତନା ଦେଲେ ୩ ମାସରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ସହ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାର ଦେବାକୁ ପଡିବ । ୧୮୯୭ ମହାମାରୀ ନିୟନ୍ତ୍ରଣ ଆଇନରେ ସଂଶୋଧନ କରିବାକୁ ଯାଇ ଏହି ଅଧ୍ୟାଦେଶ ଅଣାଯାଇଛି । କୋରୋନା ଯୋଦ୍ଧାଙ୍କ ଉପରେ ଅପରାଧ ଏଣିକି ଜାମିନ ବିହୀନ ହେବ ଏବଂ ମାମଲାର ତଦନ୍ତ ୩୦ ଦିନ ମଧ୍ୟରେ ଶେଷ ହେବ। ଏହାସହ ସମନା ଦଣ୍ଡ ବ୍ୟବସ୍ଥା ମଧ୍ୟ କୋରୋନା ଯୋଦ୍ଧାଙ୍କ ଉପରକୁ ଛେପ ପକାଉଥିବା ବ୍ୟକ୍ତିଙ୍କ ଉପରେ ଲାଗୁ ହେବ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.