ETV Bharat / bharat

ଚାଷୀଙ୍କଠୁ ଫସଲ କିଣିବେ ଯୋଗୀ ସରକାର - UP govt.

ଚାଷୀଙ୍କୁ ଅର୍ଥନୈତିକ ମୂଳଦୂଆ ଦୃଢ କରିବା ପାଇଁ ଯୋଗୀ ସରକାରଙ୍କ ପ୍ରୟାସ । ଲକଡାଉନ୍ ସମୟରେ ମଧ୍ୟରେ ଚାଷୀଙ୍କ ଠାରୁ ଫସଲ କିଣିବେ ସରକାର । ମିନିମମ୍ ସପୋର୍ଟ ପ୍ରାଇସ୍ ବା ଏମସିପିରେ ବିକ୍ରୟ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ଯୋଗୀ । ଅଧିକ ପଢନ୍ତୁ...

up government will purchase grains
ଚାଷୀଙ୍କଠୁ ଫସଲ କିଣିବେ ଯୋଗୀ ସରକାର
author img

By

Published : Mar 28, 2020, 6:47 PM IST

ଲକ୍ଷ୍ନୌ: ଚାଷୀଙ୍କୁ ଅର୍ଥନୈତିକ ମୂଳଦୂଆ ଦୃଢ କରିବା ପାଇଁ ଯୋଗୀ ସରକାରଙ୍କ ପ୍ରୟାସ । ଲକଡାଉନ୍ ସମୟରେ ମଧ୍ୟରେ ଚାଷୀଙ୍କ ଠାରୁ ଫସଲ କିଣିବେ ସରକାର । ମିନିମମ୍ ସପୋର୍ଟ ପ୍ରାଇସ୍ ବା ଏମସିପିରେ ବିକ୍ରୟ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ଯୋଗୀ। ଏହି କ୍ରମରେ ରାଶି, ଚଣା, ଡାଲିଜାତୀୟ ପଦାର୍ଥର ବିକ୍ରି ଏପ୍ରିଲରୁ ଆରମ୍ଭ ହେବ । ଚାଷୀଙ୍କ ଠାରୁ ସାମଗ୍ରୀ କିଣିବା ପାଇଁ ସରକାର ସମସ୍ତ ପ୍ରସ୍ତୁତି ଜାରି ରଖିଛନ୍ତି ।

ସରକାର ପ୍ରାୟ 2.64 ଲକ୍ଷ ମ୍ୟାଟ୍ରିକ ଟନ୍ ରାଶି, 2.01 ଲକ୍ଷ ମ୍ୟାଟ୍ରିକ୍ ଟନ୍ ଚଣା, 1.21 ଲକ୍ଷ ମ୍ୟାଟ୍ରିକ୍ ଟନ୍ ମସୁର ଡାଲି କିଣିବେ। ଏହି କ୍ରୟ 90 ଦିନ ପର୍ଯ୍ୟନ୍ତ ଚାଲିବ । ଏହାସହ କୃଷି ବିଭାଗ ସମସ୍ତ ଶୀତଳ ଭଣ୍ଡାରର ସାନିଟାଇଜ୍ କରିବା ଆରମ୍ଭ କରିଦେଲେଣି ।

ରବି ଋତୁରେ ପ୍ରବଳ ବର୍ଷା ହେବା କାରଣରୁ ଅନେକ ଚାଷୀ କ୍ଷତି ସହିଥିଲେ । ସେମାନଙ୍କୁ ଠିକ୍ ସମୟରେ ବୀମା ରାଶି ପ୍ରଦାନ କରାଯିବା ନେଇ ସରକାର କହିଛନ୍ତି । ଏହାସହ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସୂଚନା ଦିଆଯାଇଛି ଯେ, ବୀମା ରାଶି ସର୍ଭେ ପାଇଁ ବୀମା କମ୍ପାନୀ ସହ କୃଷି ଓ ରାଜସ୍ବ ବିଭାଗର କର୍ମଚାରୀଙ୍କୁ ପାସ୍ ଯୋଗାଇଦିଅନ୍ତୁ । ଏଯାବତ୍ 90 ହଜାର ଚାଷୀ ବୀମା ପାଇଁ ଆବେଦନ କରିସାରିଲେଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.