ETV Bharat / bharat

କୋରୋନା ଭୟ: ୟୁପିରେ 50% ସରକାରୀ କର୍ମଚାରୀଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ - କୋରୋନା ଭାଇରସ୍ ନ୍ୟୁଜ

ଭାରତରେ COVID-19 ର ବୃଦ୍ଧିକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । 50% ସରକାରୀ କର୍ମଚାରୀଙ୍କୁ ଘରୁ କାମ କରିବାକୁ ଉତ୍ତରପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି।

UP government orders to 50% employees to work from home
ୟୁପିରେ 50% ସରକାରୀ କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ ନିର୍ଦ୍ଦେଶ
author img

By

Published : Mar 21, 2020, 12:33 PM IST

Updated : Mar 21, 2020, 1:23 PM IST

ଲକ୍ଷ୍ନୌ: ଭାରତରେ COVID-19 ର ବୃଦ୍ଧିକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । 50% ସରକାରୀ କର୍ମଚାରୀଙ୍କୁ ଘରୁ କାମ କରିବାକୁ ଉତ୍ତରପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର କୁମାର ତିୱାରୀ ଏକ ଆଡଭାଇଜରୀ ଜାରୀ କରିଛନ୍ତି । ଯେଉଁଥିରେ କୁହାଯାଇଛି ଯେ, ସମସ୍ତ ବିଭାଗର ମୁଖ୍ୟଙ୍କୁ ଗ୍ରୁପ୍ ବି ଏବଂ ସି କର୍ମଚାରୀଙ୍କ ପାଇଁ ସାପ୍ତାହିକ ଡ୍ୟୁଟି ରୋଷ୍ଟର ପ୍ରସ୍ତୁତ କରିବାକୁ କୁହାଯାଇଛି । ଏଥିସହ ସେମାନଙ୍କୁ ବିକଳ୍ପ ସପ୍ତାହରେ କାର୍ଯ୍ୟାଳୟରେ ଯୋଗଦେବାକୁ କୁହାଯାଇଛି ।

UP government orders to 50% employees to work from home
ୟୁପିରେ 50% ସରକାରୀ କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ ନିର୍ଦ୍ଦେଶ

ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ଜାରି କରାଯାଇଥିବା ଆଡଭାଇଜରୀରେ ଏହା ମଧ୍ୟ କୁହାଯାଇଛି ଯେ, ବିଭାଗରୁ କେବଳ ଅଧା କର୍ମଚାରୀଙ୍କୁ ଡକାଯିବ । ଏଥିସହ ଗ୍ରୁପ୍ ବି, ସି ଏବଂ ଡି କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିବାର ଦାୟିତ୍ବ ବିଭାଗର ମୁଖ୍ୟଙ୍କ ଉପରେ ରହିବ। ଯିଏ ମୋବାଇଲ୍ ଏବଂ କମ୍ପ୍ୟୁଟର ଦ୍ବାରା କର୍ମଚାରୀଙ୍କ ସହ ଯୋଗାଯୋଗ କରିବେ |

ପ୍ରକାଶ ଥାଉକି, ମାରାତ୍ମକ କୋରୋନା ଭାଇରସ ପ୍ରଭାବରେ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 258 ପହଞ୍ଚିଛି । ସେଥି ମଧ୍ୟରେ ଉତ୍ତରପ୍ରଦେଶରେ 22 ଜଣ କୋରୋନା ଆକ୍ରାନ୍ତ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 21, 2020, 1:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.