ETV Bharat / bharat

କମଲେଶଙ୍କ ପରିବାରକୁ ସହାୟତା: 15 ଲକ୍ଷ ଓ ଘର ଦେବେ ଯୋଗୀ ସରକାର

author img

By

Published : Oct 23, 2019, 8:50 PM IST

ଯୋଗୀ ସରକାର ମୃତ କମଲେଶ ତିୱାରୀଙ୍କ ପରିବାରକୁ 15 ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏତ୍‌ଦବ୍ୟତୀତ ପରିବାରକୁ ସୀତାପୁରରେ ଏକ ଘର ମଧ୍ୟ ସହାୟତା ସ୍ବରୁପ ପ୍ରଦାନ କରିବେ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ

ଲକ୍ଷ୍ନୌ: ହିନ୍ଦୁ ସମାଜ ପାର୍ଟିର ଅଧ୍ୟକ୍ଷ କମଲେଶ ତିୱାରୀଙ୍କ ପରିବାରବର୍ଗଙ୍କୁ ୟୁ୍ପି ସରକାର ବୁଧବାର ସହାୟତା ରାଶି ଘୋଷଣା କରିଛନ୍ତି । ଯୋଗୀ ସରକାର ମୃତ କମଲେଶ ତିୱାରୀଙ୍କ ପରିବାରକୁ 15 ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏତ୍‌ଦବ୍ୟତୀତ ପରିବାରକୁ ସୀତାପୁର ଠାରେ ଏକ ଘର ମଧ୍ୟ ସହାୟତା ସ୍ବରୁପ ପ୍ରଦାନ କରିବେ । ଏହାସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କମଲେଶ ତିୱାରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଫାଷ୍ଟ ଟ୍ରାକ କୋର୍ଟକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
up government announces kamlesh tiwari family

ବୁଧବାର ହାଇପ୍ରୋଫାଇଲ କମଲେଶ ତିୱାରୀ ହତ୍ୟାକାଣ୍ଡରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଅଶଫାକ ଏବଂ ମୋଇନୁଦ୍ଦୀନଙ୍କୁ ଗୁଜୁରାଟ-ରାଜସ୍ଥାନ ସୀମାରୁ ଗିରଫ ପରେ ପଚରାଉଚରା ପାଇଁ ଉତ୍ତର ପ୍ରଦେଶକୁ ଆଣିଛନ୍ତି । ଏହାସହ ପୋଲିସ ଏହି ଦୁଇ ଜଣଙ୍କୁ ତିନି ଦିନ ପାଇଁ ରିମାଣ୍ଡରେ ନେଇଛି ପୋଲିସ । ପଚରାଉଚରା ପରେ ଏହି ହତ୍ୟାକାଣ୍ଡରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି ସେ ସମ୍ପର୍କରେ ପୋଲିସ ଅଧିକ ସୂଚନା ଯୋଗାଡ କରିପାରିବ ।

ସୂଚନା ଯୋଗ୍ୟ ଯେ ଏହି ହତ୍ୟାକାଣ୍ଡ ପରେ ପୋଲିସ ସୁରଟରୁ ମୌଲନା ଶେଖ, ଫୈଜାନ ଶେଖ ଏବଂ ରସିଦ ପଠାନକୁ ଗିରଫ କରାଯାଇଥିଲା । ଏହାସହ ମଙ୍ଗଳବାର ଦିନ ଗୁଜରାଟ ଏଟିଏସ ଅଶଫାକ ଏବଂ ମୋଇନୁଦ୍ଦୀନକୁ ଗିରଫ କରିଥିଲା । ଗୁଜରାଟ ଏବଂ ରାଜସ୍ଥାନ ସୀମାରୁ ଦୁହିଁଙ୍କୁ ଗିରଫ କରାଯାଇଥିଲା । ହତ୍ୟାକଣ୍ଡର ପାଞ୍ଚ ଦିନ ପରେ ପୁଲିସ ସମସ୍ତ ଅପରାଧୀଙ୍କୁ ଗିରଫ କରିଛି । କମଲେଶଙ୍କ ମା' ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।

ବୁଧବାର କମଲେଶ ତିୱାରୀ ହତ୍ୟାକାଣ୍ଡର ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କୁ କିଭଳି ଭାବରେ ହତ୍ୟା କରାଯାଇଛି ତାହା ପର୍ଦ୍ଦାଫାଶ ହୋଇଛି । ରିପୋର୍ଟରେ ତାଙ୍କୁ ପ୍ରଥମେ ଗୁଳି ମାରିବା ଓ ପରେ ଧାରୁଆ ଛୁରୀରେ 15 ଥର ଆଟାକ କରାଯାଇ ହତ୍ୟା କରାଯାଇଥିବା ସୂଚନା ରହିଥିଲା ।

18 ଅକ୍ଟୋବରରେ ଲକ୍ଷ୍ନୌରେ ହିନ୍ଦୁ ସମାଜ ପାର୍ଟି ଅଧ୍ୟକ୍ଷ କମଲେଶ ତିୱାରୀଙ୍କୁ ଦିନ ଦ୍ବିପ୍ରହରରେ ତାଙ୍କ ବାସବଭନ ସ୍ଥିତ ଅଫିସରେ ହତ୍ୟା କରାଯାଇଥିଲା । ତାଙ୍କୁ ପ୍ରଥମେ ଗଳା କାଟି, ପରେ ଗୁଳି ମାରି ହତ୍ୟା କରାଯାଇଥିବା ସୂଚନା ରହିଥିଲା, ମାତ୍ର ପରେ ତାଙ୍କୁ ପ୍ରଥମେ ଗଳା କଟା ଯିବା ପରେ ଗୁଳି କରାଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି ।

Intro:Body:

https://www.etvbharat.com/hindi/chhattisgarh/bharat/bharat-news/lord-rama-performed-shradh-of-father-dasaratha-at-dasharatha-ghat-in-shahdol/na20191023081304573

https://www.etvbharat.com/english/national/jagte-raho/crime-news/up-two-bird-smugglers-arrested-in-ghaziabad-5-owls-recovered/na20191023053327578

Two bird smugglers arrested in Ghaziabad, 5 owls recovered

ଗଜିଆବାଦରେ 2 ପକ୍ଷୀ ତସ୍କର ଗିରଫ, 5 ପେଚା ଉଦ୍ଧାର

ଗଜିଆବାଦରେ ବଳି ଯୋଜନାକୁ ପଣ୍ଡ କଲା ପୋଲିସ । ପକ୍ଷୀ ଚାଲାଣ ବେଳେ 2 ତସ୍କର ଗିରଫ । ଅଧିକ ପଢନ୍ତୁ..

ଲକ୍ଷ୍ନୌ: ଚାରିଆଡେ ଦୀପାବଳିର ମାହୋଲ । ଏହି ଦିନମାନଙ୍କରେ କୁ-ପ୍ରଥା ରହିଛି ବଳି ପକାଇବାର । ଯାହାକୁ ସରକାରଙ୍କ ପକ୍ଷରୁ ବିରୋଧ କରାଯାଉଥିଲେ ମଧ୍ୟ ଲୁଚା ଛପାରେ କିନ୍ତୁ ଏହା ଅନେକ ସ୍ଥାନରେ ଜାରି ରହିଛି । ଯାହାକୁ ନେଇ ମଧ୍ୟପ୍ରଦେଶର ଗଜିଆବାଦ ପୋଲିସ ମଙ୍ଗଳବାର 2 ଜଣ ପକ୍ଷୀ ତସ୍କରଙ୍କୁ ଗିରଫ କରିଛି । ଏହାସହିତ ଅଭିଯୁକ୍ତଙ୍କ ଠାରୁ 5ଟି ଦୁର୍ଲଭ ପ୍ରଜାତିର ପେଚା ଜବତ କରିଛି । 

ସୂଚନାମୁତାବକ, ଆଗକୁ ଦିପାବଳୀ ଥିବା ବେଳେ ଉକ୍ତ ପେଚାଙ୍କୁ ବଳି ପକାଇବା ପାଇଁ ଯୋଜନା ଚାଲିଥିଲା । ଯେଉଁଥିପାଇଁ 

ପକ୍ଷୀ ତସ୍କର କୁ-ପ୍ରଥା ନାଁରେ ବଳିଦେବାକୁ ଯୋଜନା କରିଥିବା ଜଣେ ବ୍ୟକ୍ତିକୁ ବିକ୍ରି କରିବା ନେଇ ଯାଉଥିଲେ । ଏହି ଖବର ମିଳିବାପରେ ଉଭୟଙ୍କୁ ଗିରଫ କରିଛି ପୋଲିସ ।  ଏମାନଙ୍କର ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ୍ବ ବୋଲି ଜଣାପଡିଛି । କାରଣ ଦୀପାବଳି ସମୟରେ ଏମାନଙ୍କ ଚାହିଦା ବେଶ ଅଧିକ ରହିଥିବା ସୂଚନା ଦେିଛନ୍ତି  ଗଜିଆବାଦ ଏସପି ମନିଶ ମିଶ୍ରା । 

ପରେ ଜବତ ହୋଇଥିବା 5ଟି ପେଚାଙ୍କୁ ବନ ବିଭାଗ ଅଧିକାରୀଙ୍କୁ ଦିଆଯାଇଛି ।

--------------------------------------------------------------

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

https://www.etvbharat.com/hindi/chhattisgarh/state/bilaspur/ajit-jogi-has-accused-the-past-and-present-government-of-the-elephant-problem-in-bilaspur/ct20191023071644020

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.