ETV Bharat / bharat

ଅଯୋଧ୍ୟାରେ 'ଭୂମି ପୂଜନ' ପ୍ରସ୍ତୁତି ସମୀକ୍ଷା କଲେ ଯୋଗୀ - ଯୋଗୀ ଆଦିତ୍ୟନାଥ

ଅଯୋଧ୍ୟା ପହଞ୍ଚିବା ପରେ ଯୋଗୀ ଆଦିତ୍ୟନାଥ ଭଗବାନ ରାମ ଜନ୍ମଭୂମି ପରିସରରେ ଭଗବାନ ରାମଙ୍କ ପୂଜା କରିଥିଲେ । ଏହାପରେ ସେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଏବଂ ସ୍ଥାନୀୟ ପ୍ରଶାସନର ସଦସ୍ୟଙ୍କ ସହ ବୈଠକ କରିଥିଲେ ।

ଅଯୋଧ୍ୟାରେ 'ଭୁମି ପୂଜନ' ପ୍ରସ୍ତୁତିର ସମୀକ୍ଷା କଲେ ଯୋଗୀ ଆଦିତ୍ୟନାଥ

author img

By

Published : Jul 25, 2020, 9:23 PM IST

ଲକ୍ଷ୍ନୌ: ଶନିବାର ଅଯୋଧ୍ୟା ଗସ୍ତରେ ପହଞ୍ଚି ରାମ ମନ୍ଦିର ନିର୍ମାଣ ପାଇଁ 'ଭୂମି ପୂଜନ' ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ 5 ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ଶିଳାନ୍ୟାସ କରିବେ । ତେବେ ଏହା ପୂର୍ବରୁ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଅଯୋଧ୍ୟା ପହଞ୍ଚିବା ପରେ ଯୋଗୀ ଆଦିତ୍ୟନାଥ ଭଗବାନ ରାମ ଜନ୍ମଭୂମି ପରିସରରେ ଭଗବାନ ରାମଙ୍କ ପୂଜା କରିଥିଲେ । ଏହାବ୍ୟତୀତ ସେ ଭରତ, ଶତୃଘ୍ନ ଏବଂ ଲକ୍ଷ୍ମଣଙ୍କୁ ଏକ ନୂତନ ଆସନରେ ଅବସ୍ଥାପିତ କରିଥିଲେ । ଏହାପରେ ସେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଏବଂ ସ୍ଥାନୀୟ ପ୍ରଶାସନର ସଦସ୍ୟଙ୍କ ସହ ବୈଠକ କରିଥିଲେ ।

ଭୂମି ପୂଜନ ପରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଭୂମି ପୂଜନ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରୀୟ କ୍ୟାବିନେଟ, ଆରଏସଏସ ମୁଖ୍ୟ ମୋହନ ଭାଗବତ ଅଂଶ ଗ୍ରହଣ କରିବେ । ସୁପ୍ରିମକୋର୍ଟଙ୍କ ଦ୍ବାରା ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଗଠିତ କରାଯାଇଛି । ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ସ୍ଥାପିତ ହୋଇଥିବା ରାମ ଜନ୍ମଭୂମି ତୀର୍ଥ କ୍ଷେତ ଟ୍ରଷ୍ଟ ଗତ ସପ୍ତାହରେ ଦ୍ୱିତୀୟ ବୈଠକ କରିଥିଲା । ଏହି ବୈଠକରେ ଭୂମି ପୂଜନ ତାରିଖ ଚୂଡାନ୍ତ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.