ଲକ୍ଷ୍ନୌ: ସମଗ୍ର ଉତ୍ତର ଭାରତରେ ଶୀତଲହରୀ ଜାରି ରହିଛି । ଭାରତୀୟ ପାଣିପାଗ ଅନୁଯାୟୀ ଆହୁରି ୨ ରୁ ୩ ଦିନ ଧରି ଥଣ୍ଡାର ପ୍ରକୋପ ରହିବ । ତେବେ ଉତ୍ତର ପ୍ରଦେଶରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି । ଏହାକୁ ଦୃଷ୍ଟିରେ ରଖି ମେରଟ ଏବଂ ହାପୁରରେ ଜିଲ୍ଲାରେ ଶୁକ୍ରବାର ଏବଂ ଶନିବାର ସମସ୍ତ ସରକାରୀ ଓ ଘରୋଇ ସ୍କୁଲଗୁଡ଼ିକ ଛୁଟି ଘୋଷଣା କରାଯାଇଛି ।
ପ୍ରକାଶ ଥାଉକି, ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ପ୍ରଦେଶରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଥଣ୍ଡା ପବନ ଏବଂ ଶୀତକୁ ଦୃଷ୍ଟିରେ ରଖି ଗତ ଗୁରୁବାର ମଧ୍ୟ ୟୁପିର ଆଲିଗଡ଼ରେ ଜିଲ୍ଲା ପ୍ରଶାସନ ସମସ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏପଟେ ପ୍ରବଳ ଥଣ୍ଡା କାରଣରୁ ୟୁପିରେ 30 ଜଣଙ୍କ ମୃତ୍ୟୁ ଘଟିଛି ।