ETV Bharat / bharat

ବସ-ଭ୍ୟାନ ମୁହାଁମୁହିଁ ଧକ୍କାରେ ତିନି ମୃତ

ଉତ୍ତରପ୍ରଦେଶରେ ଏକ ଯାତ୍ରୀବାହୀ ବସ ଓ ଭ୍ୟାନ ମୁହାଁମୁହିଁ ଧକ୍କା ଫଳରେ ତିନି ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

author img

By

Published : Nov 29, 2020, 10:37 PM IST

UP: 2 women among 3 killed in bus-van collision
ଦ୍ରୁତଗତି ସାଜିଲା କାଳ, ବସ-ଭ୍ୟାନ ମୁହାଁମୁହିଁ ଧକ୍କା ଫଳରେ ତିନି ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଏକ ଭ୍ୟାନ ଓ ଯାତ୍ରୀବାହୀ ବସ ମୁହାଁମୁହିଁ ଧକ୍କା ହୋଇଛି । ରବିବାର ଏକ ଭ୍ୟାନ ଯୋଗେ କିଛି ଲୋକ ଯାଉଥିବା ସମୟରେ ସିଭରାଜପୁର ଅଞ୍ଚଳ ଅନ୍ତର୍ଗତ ଜିଟି ରୋଡ ନିକଟରେ ଭ୍ୟାନଟି ଏକ ବସ ସହିତ ମୁହାଁମୁହିଁ ହୋଇଥିଲା । ଦୁର୍ଘଟଣାରେ ଦୁଇ ମହିଳାଙ୍କ ସମେତ 3 ଜଣଙ୍କ ମୃତ୍ୟୁ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନାଯୋଗ୍ୟ, ବସଟି ଦ୍ରୁତଗତିରେ ହାରଡୋଇ ଆଡକୁ ଯାଉଥିବା ସମୟରେ ବିପରୀତ ଦିଗରୁ ସମାନ ଗତିରେ ଆସୁଥିବା ଏକ ଭ୍ୟାନ ବସକୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରିବାକୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ମାତ୍ର ସେହିଠାରେ ହିଁ 3 ଜଣଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟ ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଆହତଙ୍କ ମଧ୍ୟରେ ଦୁଇଜଣଙ୍କ ସ୍ବାସ୍ଥ୍ୟବସ୍ଥା ଅତି ସଙ୍କଟାପନ୍ନ ଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.