ରାଏବରେଲି: ବହୁଚର୍ଚ୍ଚିତ ଉନ୍ନାଓ ଗଣଦୁଷ୍କର୍ମ ପିଡ଼ୀତାଙ୍କ ମା’ ଏବଂ ଖୁଡିଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ପିଡ଼ୀତାଙ୍କ ଦାଦା ଏକ ମାମଲାରେ ଜେଲଦଣ୍ଡ ଭୋଗୁଛନ୍ତି । ପରିବାରର ସମସ୍ତ ସଦସ୍ୟ ତାଙ୍କୁ ଭେଟିବାକୁ ଓକିଲଙ୍କ କାରରେ ଯାଉଥିଲେ । ଓକିଲ ମହେନ୍ଦ୍ର ସିଂ କାର ଚଳାଉଥିବା ବେଳେ ଏକ ଟ୍ରକ ତାଙ୍କ ଗାଡିକୁ ସାମ୍ନାପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ପିଡ଼ୀତାଙ୍କ ମା ଏବଂ ଖୁଡ଼ିଙ୍କର ମୃତ୍ୟୁ ଘଟିଛି ।
ଦୁର୍ଘଟଣାରେ ଓକିଲ ମହେନ୍ଦ୍ର, ପିଡୀତା, ବୁଢୀ ମା’ ଓ ଭଉଣୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଦୁର୍ଘଟଣାର ସଠିକ୍ କାରଣ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ସେପଟେ ଉନ୍ନାଓ ଗଣଦୁଷ୍କର୍ମ ଘଟଣାରେ ବିଜେପି ବିଧାୟକ କୁଲଦୀପ ସିଂ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ ହୋଇଛନ୍ତି ।