ETV Bharat / bharat

କୁଲଦୀପ ସେନେଗାରଙ୍କୁ ଆଜୀବନ କାରାଦଣ୍ଡାଦେଶ

author img

By

Published : Dec 20, 2019, 2:44 PM IST

ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂହ ସେନେଗାରଙ୍କୁ ଆଜୀବନ କାରାଦଣ୍ଡାଦେଶ ମିଳିଛି। ଦିଲ୍ଲୀର ତୀସ୍‌ହଜାରୀ କୋର୍ଟ ଶୁକ୍ରବାର ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

unnao-rape-case
ଫାଇଲ ଫଟୋ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବହିଷ୍କୃତ ବିଜେପି ବିଧାୟକ କୁଲଦୀପ ସିଂହ ସେନେଗାରଙ୍କୁ ଆଜୀବନ କାରାଦଣ୍ଡା ମିଳିଛି। ଦିଲ୍ଲୀର ତୀସ୍‌ହଜାରୀ କୋର୍ଟ ଶୁକ୍ରବାର ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ତାଙ୍କୁ 25 ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି କୋର୍ଟ। ସେପଟେ କୋର୍ଟ ଏ ଘଟଣାରେ ଜଡିତ ଅଭିଯୁକ୍ତ ଶଶି ସିଂହଙ୍କୁ ଦୋଷମୁକ୍ତ କରିଛନ୍ତି।

ଗତ ସୋମବାର ଏହି ମାମଲାର ଶୁଣାଣି ଶେଷ କରି ସେନେଗାରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ତାରିଖ ଅର୍ଥାତ ଶୁକ୍ରବାର ପର୍ଯ୍ୟନ୍ତ ରାୟକୁ ସଂରକ୍ଷିତ ରଖିଥିଲେ କୋର୍ଟ। ତେବେ ଏହି 25 ଲକ୍ଷ ମଧ୍ୟରୁ ପୀଡିତାଙ୍କୁ 10 ଲକ୍ଷ ଟଙ୍କା ଏବଂ ଦିଲ୍ଲୀରେ ଏକ ବାସଭବନ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏହା ସହିତ ପୀଡିତା ଏବଂ ତାଙ୍କ ପରିବାରକୁ ଆବଶ୍ୟକୀୟ ସୁରକ୍ଷା ପ୍ରଦାନ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.