ମହାରାଷ୍ଟ୍ର ଗତ 24 ଘଣ୍ଟା ମଧ୍ୟରେ 3,874 ନୂତନ ପଜିଟିଭ ମାମଲା ରିପୋର୍ଟ ହୋଇଥିବାବେଳେ ଜାତୀୟ ରାଜଧାନୀରେ 3,630 ନୂଆ କୋରୋନା ଭାଇରସ ମାମଲା ପଞ୍ଜିକୃତ ହୋଇଛି। ଏପଟେ ମହାରାଷ୍ଟ୍ରରେ 24 ଘଣ୍ଟାରେ 160 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟପକ୍ଷରେ ଦିଲ୍ଲୀରେ 77 ଜଣଙ୍କ ମୃତ୍ୟୁ ହୋଇଛି ।
ତେବେ ମହାରାଷ୍ଟ୍ରରେ ସମୁଦାୟ ପଜିଟିଭ ମାମଲା 1,28,205କୁ ବୃଦ୍ଧି ପାଇଥିବାବେଳେ ଦିଲ୍ଲୀର ମୋଟ ସଂଖ୍ୟା 56,746 କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ଯଥାକ୍ରମେ 58,054 ଏବଂ 23,340 ସକ୍ରିୟ କୋଭିଡ୍ 19 ମାମଲା ଅଛି।