ETV Bharat / bharat

ଅନଲକ୍-4 ପାଇଁ ଜାରି ହେଲା ଗାଇଡଲାଇନ, ଚାଲିବ ମେଟ୍ରୋ

author img

By

Published : Aug 29, 2020, 8:41 PM IST

ଗୃହ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ଗାଇ଼ଡଲାଇନରେ 7 ସେପ୍ଟେମ୍ବରରୁ ମେଟ୍ରୋ ଚଳାଚଳକୁ ଅନୁମତି ମିଳିଛି । ଏଥି ସହିତ 21 ସେପ୍ଟେମ୍ବରରୁ 100 ଲୋକଙ୍କୁ ଧାର୍ମିକ କାର୍ଯ୍ୟକ୍ରମରେ ଭାଗ ନେବାକୁ ମଧ୍ୟ ଅନୁମତି ଦିଆଯାଇଛି ।

ଅନଲକ୍ -4 ପାଇଁ ଜାରି ହେଲା ଗାଇଡଲାଇନ, ଚାଲିବ ମେଟ୍ରୋ

ନୂଆଦିଲ୍ଲୀ: ଅନଲକ୍ -4 ପାଇଁ କେନ୍ଦ୍ର ସରକାର ଗାଇଡଲାଇନ କରିଛନ୍ତି । ଗୃହ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ଗାଇ଼ଡଲାଇନରେ 7 ସେପ୍ଟେମ୍ବରରୁ ମେଟ୍ରୋ ଚଳାଚଳକୁ ଅନୁମତି ମିଳିଛି । ଏଥି ସହିତ 21 ସେପ୍ଟେମ୍ବରରୁ 100 ଲୋକଙ୍କୁ ଧାର୍ମିକ କାର୍ଯ୍ୟକ୍ରମରେ ଭାଗ ନେବାକୁ ମଧ୍ୟ ଅନୁମତି ଦିଆଯାଇଛି।

ଗୃହ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ଗାଇଡଲାଇନ ଅନୁଯାୟୀ, ସେପ୍ଟେମ୍ବର 21ରୁ ସାମାଜିକ, ରାଜନୈତିକ, ମନୋରଞ୍ଜନ, କ୍ରୀଡା ଇତ୍ୟାଦି ସମାରୋହକୁ ଅନୁମତି ଦିଆଯିବ । କିନ୍ତୁ ଗୋଟିଏ ଛାତ ତଳେ ସର୍ବାଧିକ 100 ଲୋକ ଉପସ୍ଥିତ ରହିପାରିବେ। ତେବେ ଏହିପରି ସମାରୋହଗୁଡ଼ିକରେ ଫେସ୍ ମାସ୍କ, ସାମାଜିକ ଦୂରତା, ଥର୍ମାଲ୍ ସ୍କାନିଂ, ସାନିଟାଇଜର ଏବଂ କୋଭିଡ -19ର ନିୟମ ପାଳନ କରିବାକୁ ପଡିବ ।

ସେପଟେ ସିନେମା ହଲ୍, ସୁଇମିଂ ପୁଲ୍, ଆନ୍ତର୍ଜାତୀୟ ବିମାନ ସେବା ପୂର୍ବ ଭଳି ବନ୍ଦ ରହିବ । ନୂତନ ଗାଇଡଲାଇନ କଣ୍ଟେନମେଣ୍ଟ ଜୋନ୍ ନଥିବା ଅଞ୍ଚଳରେ ଲାଗୁ ହେବ । ଅଗଷ୍ଟ 1ରୁ ଅନଲକ୍ -4 ପ୍ରଯୁଜ୍ୟ ହେବ ଏବଂ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ବଳବତ୍ତର ରହିବ ।

ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ କେନ୍ଦ୍ର ସରକାରଙ୍କ ପୂର୍ବ ପରାମର୍ଶ ବିନା କଣ୍ଟେଣ୍ଟମେଣ୍ଟ ଜୋନ୍ ବାହାରେ କୌଣସି ସ୍ଥାନୀୟ (ରାଜ୍ୟ / ଜିଲ୍ଲା / ସହର / ଗ୍ରାମ ସ୍ତରରେ) ଲକଡାଉନ୍‌ ଲଗାଯାଇ ପାରିବ ନାହିଁ। ସେହିପରି ନବମରୁ ଦ୍ବାଦଶ ଶ୍ରେଣୀର ଛାତ୍ରମାନେ କଣ୍ଟେନର ଜୋନ୍ ବାହାରେ ଶିକ୍ଷକଙ୍କୁ ଭେଟିବା ପାଇଁ ସେମାନଙ୍କ ପରିବାରର ସହମତି ପରେ ବିଦ୍ୟାଳୟକୁ ଯାଇପାରିବେ । ସେପଟେ ସ୍କୁଲ-କଲେଜକୁ 30 ସେପ୍ଟେମ୍ବର ପର୍ଯ୍ୟନ୍ତ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

21 ସେପ୍ଟେମ୍ବର 2020ରୁ ଓପେନ ଥିଏଟର ଖୋଲିବାକୁ ଅନୁମତି ଦିଆଯିବ । ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କ ସହିତ ବ୍ୟାପକ ପରାମର୍ଶ ପରେ ନିଷ୍ପତ୍ତି ନିଆଯାଇଛି । ବିଦ୍ୟାଳୟ, କଲେଜ, କୋଚିଂ ପ୍ରତିଷ୍ଠାନ 30 ସେପ୍ଟେମ୍ବର ପର୍ଯ୍ୟନ୍ତ ବନ୍ଦ ରହିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.