ETV Bharat / bharat

ବିଏସ୍ଏନ୍ଏଲ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ଆସିଲା ନୂଆ ପ୍ରିପେଡ୍ ପ୍ଲାନ - ବିଏସ୍ଏନ୍ଏଲ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର

ଭାରତୀୟ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ୱାର୍କ ଫର୍ମ ହୋମ୍ କରିଥିବା ଉପଭୋକ୍ତାମାନଙ୍କ ପାଇଁ ଆଣି ଦେଇଛି ନୂଆ ପ୍ରିପେଡ୍ ପ୍ଲାନ । ଏହି ପ୍ଲାନରେ ଗ୍ରାହକମାନେ 600 ଦିନର ଭାଲିଡିଟି ସହ କଲିଂର ସୁବିଧା ପାଇବେ । ଅଧିକ ପଢନ୍ତୁ..

ବିଏସ୍ଏନ୍ଏଲ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ଆସିଲା ନୂଆ ପ୍ରିପେଡ୍ ପ୍ଲାନ

author img

By

Published : Jul 3, 2020, 4:22 PM IST

ନୂଆଦିଲ୍ଲୀ: ଭାରତୀୟ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ୱାର୍କ ଫର୍ମ ହୋମ୍ କରିଥିବା ଉପଭୋକ୍ତାମାନଙ୍କ ପାଇଁ ଆଣି ଦେଇଛି ନୂଆ ପ୍ରିପେଡ୍ ପ୍ଲାନ । ଏହି ପ୍ଲାନରେ ଗ୍ରାହକମାନେ 600 ଦିନର ଭାଲିଡିଟି ସହ କଲିଂର ସୁବିଧା ପାଇବେ । କିନ୍ତୁ ଏହି ଯୋଜନାକୁ ଆରମ୍ଭ କରିବା ସହିତ କମ୍ପାନୀ 149 ଟଙ୍କା ଏବଂ 725 ଟଙ୍କାର ପୂର୍ବରୁ ପ୍ରିପେଡ୍ ପ୍ଲାନ ବନ୍ଦ କରି ଦେଇଛି । ଏହା ବ୍ୟତୀତ ତାମିଲନାଡୁ ଏବଂ ଚେନ୍ନାଇ ସର୍କଲରେ 96 ଟଙ୍କା ରିଚାର୍ଜ ଯୋଜନା ମଧ୍ୟ ବନ୍ଦ କରିଛି କମ୍ପାନୀ ।

ବିଏସ୍ଏନ୍ଏଲର 2,399 ପ୍ଲାନ

ଏହି ପ୍ଲାନରେ ଦୈନିକ 100ଟି ଏସଏମଏସ୍ ସହିତ କଲ୍ କରିବା ପାଇଁ ବିଏସ୍ଏନ୍ଏଲ ଉପଭୋକ୍ତାମାନେ 250 (ଏକ୍ୟୁୟୁବି)ମିନିଟ୍ ପାଇବେ । ଏହା ବ୍ୟତୀତ କମ୍ପାନୀ ବ୍ୟବହାରକାରୀଙ୍କୁ 60 ଦିନ ପାଇଁ ମାଗଣା କଲର୍ ଟ୍ୟୁନ୍ ସବସ୍କ୍ରିପସନ୍ ମଧ୍ୟ ପ୍ରଦାନ କରିବ । ମାତ୍ର ଉପଭୋକ୍ତାମାନେ ଏଥିରେ ଡାଟା ସୁବିଧା ପାଇ ପାରିବେ ନାହିଁ । ଏହି ଯୋଜନା ଚେନ୍ନାଇ, ତାମିଲନାଡୁ, ଜମ୍ମୁ-କାଶ୍ମୀର ଏବଂ ଆଣ୍ଡାମାନ-ନିକୋବର ଟେଲିକମ୍ ସର୍କଲରେ ଉପଲବ୍ଧ ହେବ । ଏହି ଯୋଜନା ଖୁବ ଶୀଘ୍ର ଦେଶର ଅନ୍ୟ ଟେଲିକମ୍ ସର୍କଲରେ ଆରମ୍ଭ ହେବ ବୋଲି କମ୍ପାନୀ ସୂଚନା ଦେଇଛି ।

ବିଏସ୍ଏନ୍ଏଲର 108 ଟଙ୍କା ପ୍ରିପେଡ୍ ପ୍ଲାନ

ଏହି ଯୋଜନାରେ ବିଏସ୍ଏନ୍ଏଲ ବ୍ୟବହାରକାରୀମାନେ ପ୍ରତିଦିନ 1ଜିବି ଡାଟା ଏବଂ 500 ଏସଏମଏସ୍ ପାଇବେ । ଏଥିସହ ଯେ କୌଣସି ନେଟୱାର୍କକୁ (ଦିଲ୍ଲୀ ଏବଂ ମୁମ୍ବାଇ ସର୍କଲ ସମେତ) କଲ୍ କରିବା ପାଇଁ କମ୍ପାନୀ ଉପଭୋକ୍ତାମାନଙ୍କୁ 250 ମିନିଟ୍ ସମୟ ଦେଇଛି । ପ୍ୟାକର ବୈଧତା 28 ଦିନ ପାଇଁ ରଖାଯାଇଛି ।

ବିଏସ୍ଏନ୍ଏଲର 365 ଟଙ୍କା ପ୍ଲାନ

ଏହି ଯୋଜନାରେ ବିଏସ୍ଏନ୍ଏଲ ବ୍ୟବହାରକାରୀମାନେ ପ୍ରତିଦିନ 2 ଜିବି ଡାଟା ପାଇବେ । ଏହାସହ ଉପଭୋକ୍ତାମାନେ ଯେ କୌଣସି ନେଟୱାର୍କରେ ଅସୀମିତ କଲିଂ କରିପାରିବେ । ମାତ୍ର ଏହି ଯୋଜନା ଉପରେ 250 ମିନିଟର ଫେୟାର ପଲିସି ଲାଗୁ ରହିବ ।

ବିଏସ୍ଏନ୍ଏଲର 699 ଟଙ୍କା ପ୍ଲାନ

ଏହି ପ୍ରିପେଡ୍ ଯୋଜନାରେ ଗ୍ରାହକମାନେ ପ୍ରତିଦିନ 500 ଏମବି ଡାଟା ପାଇବେ । ଆହୁରି ମଧ୍ୟ, ଉପଭୋକ୍ତାମାନେ ଯେ କୌଣସି ନେଟୱାର୍କରେ ଅସୀମିତ କଲିଂ (ପ୍ରତିଦିନ 250 ମିନିଟ୍) କରି ପାରିବେ । ଏହା ବ୍ୟତୀତ କମ୍ପାନୀ ଉପଭୋକ୍ତାମାନଙ୍କୁ 60 ଦିନ ପାଇଁ କଲର୍ ଟ୍ୟୁନର ସବସ୍କ୍ରିପସନ୍ ଦେବ । ଏହି ପ୍ରିପେଡ୍ ପ୍ଲାନର ସମୟ ସୀମା 60 ଦିନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.