ନୂଆଦିଲ୍ଲୀ: ଆତଙ୍କବାଦୀ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରାଯିବ । ଏନେଇ ସର୍ବଦା ପ୍ରୟାସ ଜାରି ରହିଛି । ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେବା କଠୋର ଆଇନ ପ୍ରଣୟନ ହେବାର ଆବଶ୍ୟକତା ରହିଛି। ଲୋକସଭାରେ ଆତଙ୍କବାଦ ପ୍ରସଙ୍ଗ ଉଠାଇ ଏପରି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଲୋକସଭାରେ ଏନଆଇଏ ସଂଶୋଧନ ବିଧେୟକ ଉପରେ ଉଠିଥିବା ପ୍ରଶ୍ନରେ ଗୃହମନ୍ତ୍ରୀ ଏପରି ଉତ୍ତର ରଖିଛନ୍ତି ।
ଏନେଇ ସେ କହିଛନ୍ତି ଯେ, କଂଗ୍ରେସ ଏନଆଇଏ ଆଇନ ସଂଶୋଧନକୁ ବିରୋଧ କରୁଛି । ଯେତେବେଳେ କି ୟୁପିଏ ସରକାର ଥିବା ବେଳେ ସେ ନିଜେ ହିଁ ଏହି ଆଇନ ଗଠନ କରିଛି । ଏନଆଇଏ ଅଫିସରଙ୍କୁ ଏ କ୍ଷେତ୍ରରେ ସମସ୍ତ ଅଧିକାର ଦେଲେ ଏହାର ଦୁରୁପଯୋଗ ହୋଇପାରେ ହେବେ ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ଏହାର କୌଣସି ଦୂରୁପୋଯଗ ହେବାର ପ୍ରଶ୍ନ ଉଠୁନାହିଁ । କାରଣ ୟୁପିଏ ସରକାର ଯେଉଁ ଅଫିସରଙ୍କୁ ବିଜେପି ବିରୋଧରେ ଯାଞ୍ଚ କରିବା ପାଇଁ ଚୟନ କରିଥିଲା, ସେ ହିଁ ଏନଆଇଏର ଅଫିସର ।
କୌଣସି ବ୍ୟକ୍ତଙ୍କ ପାଖରେ ବନ୍ଧୁକ ଥାଏ ବୋଲି ସେମାନେ ଆତଙ୍କବାଦୀ ହୋଇଯାଆନ୍ତି ନାହିଁ । ବରଂ ସେହି ବ୍ୟକ୍ତି ଆତଙ୍କବାଦୀ ହୁଅନ୍ତି ଯାହାର ମୁଣ୍ଡରେ ସର୍ବଦା ଆତଙ୍କବାଦୀଙ୍କ ଭୂତ ସବାର ହୋଇଥାଏ । ଆତଙ୍କବାଦୀଙ୍କ ବିରୋଧରେ କଠୋର ହେଲେ ସେମାନେ କେବେ ବି ସୁଧୁରିବେ ନାହିଁ । ସେମାନଙ୍କ ସହ କଥାବାର୍ତ୍ତା ହୋଇ ସମସ୍ୟାର ସମାଧାନ ହୋଇପାରିବ । ମାତ୍ର ସେମାନେ କେବେ ହେଲ ମଦ୍ୟ ଏହା ଚାହୁଁନାହାଁନ୍ତି ।
ଏନଆଇଏ ଆକ୍ଟରେ ଆତଙ୍କବାଦୀଙ୍କ ଗତିବିଧିରେ ଲିପ୍ତ ସଙ୍ଗଠନକୁ ବେଆଇନ ଘୋଷିତ କରିବାର ଅଧିକାର ତ ଅଛି, କିନ୍ତୁ ସାଧାରଣଲୋକେ ଆତଙ୍କବାଦୀ ସହ ମିଶି ଷଡଯନ୍ତ୍ର କରୁଥିବେ ଏବଂ ସେମାନଙ୍କୁ ଆତଙ୍କବାଦୀ ଘୋଷଣା କରିବାର ଅଧିକାର ଏନଆଇଏ ପାଖରେ ନାହିଁ ।
ଏହା ସହିତ ଗୃହମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଯେତେବେଳେ ବିରୋଧି ଦଳରେ ଥିଲୁ, ସେତେବେଳେ ମଧ୍ୟ ଆତଙ୍କବାଦୀ ବିରୋଧୀ ଆଇନ ଗଠନ କରିବା ପାଇଁ ଦାବି କରୁଥିଲୁ। ଆଜି କ୍ଷମତାରେ ଥାଇ ମଧ୍ୟ ସମାନ ବିଚାର ରଖିଛୁ । ଆତଙ୍କବାଦୀଙ୍କ ବିରୋଧରେ ଏନଆଇଏ ଆଇନ ଆଣିବା ଏକ ସଠିକ ପଦକ୍ଷେପ ।