ETV Bharat / bharat

ଆଜି ଦିଲ୍ଲୀ ପହଞ୍ଚିବେ ଆମେରିକା ବିଦେଶ ମନ୍ତ୍ରୀ ମାଇକ ପୋମ୍ପିଓ

ଆମେରିକା ବିଦେଶ ମନ୍ତ୍ରୀ ମାଇକ ପୋମ୍ପିଓ ମଙ୍ଗଳବାର ରାତିରେ ଦିଲ୍ଲୀ ପହଞ୍ଚିବେ । ପୋମ୍ପିଓ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ ।

ଫାଇଲ ଫଟୋ
author img

By

Published : Jun 25, 2019, 11:35 AM IST

ନୂଆଦିଲ୍ଲୀ: ଆମେରିକା ବିଦେଶ ମନ୍ତ୍ରୀ ମାଇକ ପୋମ୍ପିଓ 25 ଜୁନରୁ ତିନିଦିନିଆ ଭାରତ ଗସ୍ତରେ ଆସିବେ । ମଙ୍ଗଳବାର ରାତିରେ ପୋମ୍ପିଓ ଦିଲ୍ଲୀରେ ପହଞ୍ଚିବା ନେଇ ଜଣାପଡିଛି ।

ପୋମ୍ପିଓ ବୁଧବାର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ । ଜୟଶଙ୍କର ନିଜ ସମକକ୍ଷ ମାଇକଙ୍କ ପାଇଁ ଦ୍ବିପହର ଭୋଜନ ଦେବେ । ଲୋକସଭା ନିର୍ବାଚନ ପରେ ଏହା ଆମେରିକା ସହିତ ପ୍ରଥମ ଉଚ୍ଚସ୍ତରୀୟ ବୈଠକ ହେବ ବୋଲି ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରବୀଶ କୁମାର କହିଛନ୍ତି ।

ଭାରତ ଗସ୍ତ ପୂର୍ବରୁ ମାଇକ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ କଥା ହୋଇଥିବା ବେଳେ ଦୁଇ ଦେଶର ଦ୍ବିପାକ୍ଷିକ ରଣନୀତିକୁ ଆହୁରି ମଜବୁତ କରିବା ପାଇଁ ଭାରତ ସହ ମିଶି କାମ କରିବାର ଟ୍ରମ୍ପ ପ୍ରଶାସନର ଦୃଢ ପ୍ରତିବଦ୍ଧତାକୁ ରେଖାଙ୍କିତ କରିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.