ETV Bharat / bharat

ଗତ 24 ଘଣ୍ଟାରେ ଆମେରିକାରେ ପୁଣି 2000 ଜୀବନ ନେଲା କୋରୋନା - ଆମେରିକା

ଗତ 24 ଘଣ୍ଟାରେ ପୁଣି ଆମେରିକାରେ ଗଡିଲା 2000 ଲୋକଙ୍କ ମୁଣ୍ଡ । ଏଏଫପି ନ୍ୟୁଜ ଏଜେନ୍ସି ଜନ୍ ହପକିନ୍ସ ପକ୍ଷରୁ ସୂଚନା ।

_corona
ଆମେରିକାରେ ଗତ 24 ଘଣ୍ଟାରେ କୋରୋନା ନେଲା 2000 ଜୀବନ
author img

By

Published : May 1, 2020, 7:59 AM IST

ୱାଂସିଟନ: ଆମେରିକାରେ କୋରୋନା ବିଭୀଷିକା । ଚୀନର ଉହାନରୁ ଉତ୍ପତ୍ତି ହୋଇଥିବା ଏହି ମାରାତ୍ମକ ଭାଇରସ ଆମେରିକାବାସୀଙ୍କୁ ଦୋହଲାଇ ଦେଇଛି । ଗତ 24 ଘଣ୍ଟାରେ ଆମେରିକାରେ ପୁଣି 2000 ଲୋକଙ୍କର ମୃତ୍ୟୁ ଘଟିଥିବା ନେଇ ଏଏଫପି ନ୍ୟୁଜ ଏଜେନ୍ସି ଜନ୍ ହପକିନ୍ସ ସୂଚନା ଦେଇଛନ୍ତି । ଏହାକୁ ମିଶାଇ ଆମେରିକାରେ କୋରୋନା ମୃତ୍ୟୁ ସଂଖ୍ୟା 62000ରେ ପହଞ୍ଚିଛି । ବର୍ତ୍ତମାନ ଆମେରିକାରେ 9 ଲକ୍ଷରୁ ଉର୍ଦ୍ଧ୍ବ ଲୋକ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।

ସେହିପରି ୟୁରୋପର ଇଟାଲୀ, ସ୍ପେନ୍ ଏବଂ ଫ୍ରାନ୍ସ ଭଳି ଦେଶ ମଧ୍ୟ କୋରୋନା ଭାଇରସ ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଏହି ଦେଶ ମାନଙ୍କରେ କୋରୋନା ଯୋଗୁଁ ପ୍ରତ୍ୟେକ 23 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

ପ୍ରକାଶ ଥାଉକି, ସମଗ୍ର ବିଶ୍ବର 120 ଦେଶରେ କୋରୋନା ନିଜ କାୟା ବିସ୍ତାର କରିଛି । କୋରୋନା କାରଣରୁ ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ବର 2 ଲକ୍ଷରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇ ସାରିଲେଣି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.