ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ନିୟମକୁ ନେଇ ସାରା ଦେଶରେ ଘମାସାନ ଚାଲିଛି । ନିୟମକୁ ବିରୋଧ କରି ବିରୋଧୀ ଦଳ ରାଜରାସ୍ତାରେ ଜୋରଦାର ହଙ୍ଗାମା କରୁଛନ୍ତି । ସିଏଏ କୁ ନେଇ ଦେଶର ବିଭିନ୍ନ ଭାଗରେ ଅସନ୍ତୋଷ ଓ ଆନ୍ଦୋଳନ ଲାଗି ରହିଛି ।
ସରକାର ମଧ୍ୟ ଦେଶବାସୀଙ୍କୁ ବୁଝାଇବାକୁ ଉଦ୍ୟମ କରୁଛନ୍ତି । ଏହାସହ ବିଭିନ୍ନ ସଂଗଠନ ଆଇନ ସପକ୍ଷରେ ମଧ୍ୟ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଦେଶରେ ସିଏଏକୁ ନେଇ ଏମିତି ଛକାପଞ୍ଝା ଲାଗି ରହିଥିବା ବେଳେ ବିଦେଶରୁ ଆସିଛି କିଛି ଆଶ୍ଚର୍ଯ୍ୟ କଲା ଭଳି ଖବର ।
ମଙ୍ଗଳବାର ଆମେରିକାର ଆଷ୍ଟିନ ଓ ସିଏଟଲ ସହରରେ ଭାରତୀୟ ବଂଶୋଭବ ମାନେ ସିଏଏ ସପକ୍ଷରେ ଶୋଭାଯାତ୍ରା କରିଛନ୍ତି । ବିଭିନ୍ନ ପୋଷ୍ଟର ବ୍ୟାନର ପ୍ରଦର୍ଶନ କରି ଭାରତ ସରକାରଙ୍କ ସପକ୍ଷରେ ସ୍ଲୋଗାନ ଦେବା ସହ ସିଏଏକୁ ଦୃଢ ସମର୍ଥନ କରିଛନ୍ତି ।