ବେଙ୍ଗାଲୁରୁ: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣମୀ । ଭଉଣୀର ସୁରକ୍ଷା ପାଇଁ ଭାଇ ନିଜହ ହାତରେ ରାକ୍ଷୀ ବାନ୍ଧେ । କୋରୋନା ମହାମାରୀ ସମୟରେ ଭଉଣୀ ପାଇଁ ସବୁଠାରୁ ସୁରକ୍ଷା କବଚ ହେଉଛି ସାନିଟାଇଜର । ତେବେ ଏପରି କିଛି ନିଆରା ଉପହାର ଦେଇଥିବା ଦେଖିବାକୁ ମିଳିଛି କର୍ଣ୍ଣାଟକର ଧରୱାଡାରେ ।
ଏହି ଜିଲ୍ଲାର ଭାଇ-ଭଉଣୀ କୋରୋନା ସଚେତନତା ପାଳନ କରିଛନ୍ତି । ଭଉଣୀ ଜ୍ୟୋତିକା ରାକ୍ଷୀ ବଦଳରେ ଭାଇକୁ ମାସ୍କ ପିନ୍ଧାଇଛନ୍ତି । ଏହାସହ ଭାଇ ଅମିତ ସାନିଟାଇଜର ଉପହାର ଆକାରରେ ଦେଇଛନ୍ତି ।