ETV Bharat / bharat

ସରକାରୀ ବାବୁଙ୍କୁ ଗଡକରୀଙ୍କ ତାଗିଦ; କାମ କର ନଚେତ ନିର୍ଦ୍ଧୁମ ଛେଚିବେ ଜନତା - ମାଡ ମାରିବାକୁ କହିବେ ଗଡକାରୀ

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀଙ୍କ ସରକାରୀ ଅଧିକାରୀଙ୍କୁ ଖୋଲା ଚେତାବନୀ । ସମୟରେ କାମ ନ ସରିଲେ ଲୋକେ ଆଇନକୁ ହାତକୁ ନେବେ ମାଡ ମାରିବେ ।

ଫାଇଲ ଫଟୋ
author img

By

Published : Aug 18, 2019, 3:56 PM IST

ନୂଆଦିଲ୍ଲୀ: ସରକାରୀ ଅଧିକାରୀଙ୍କୁ ଖୋଲା ଚେତାବନୀ ଦେଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । 8 ଦିନ ଭିତରେ କାମ ଶେଷ ନକଲେ ଲୋକେ ଆଇନକୁ ହାତକୁ ନେଇ ମାଡ ମାରିବାକୁ କହିବେ ଗଡକରୀ। କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଗତକାଲି ନାଗପୁରରେ "ଲଘୁ ଉଦ୍ୟୋଗ ଭାରତୀ'' ଦ୍ବାରା ଆୟୋଜିତ ରାଷ୍ଟ୍ରୀୟ ଅଧିବେଶନରେ ଏଭଳି କିଛି କହି ଚର୍ଚ୍ଚାର ପରିସରକୁ ଆସିଛନ୍ତି ।

ଭିଡିଓ ସୌଜନ୍ୟ:ଏଏଆଇ

ଏମଏସଏମଇ ସେକ୍ଟରରେ କାମ କରୁଥିବା ଏହି ସଂସ୍ଥା ରାଷ୍ଟ୍ରୀୟ ସ୍ବଂୟସେବକ ସଙ୍ଘ(ଆରଏସଏସ) ସହ ମଧ୍ୟ ଜଡିତ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏମଏସଏମଇ ବ୍ୟବସାୟୀଙ୍କୁ ନୀତିନ କହିଥିଲେ ସରକାରୀ ଇନ୍ସପେକ୍ଟର/ଅଧିକାରୀ ଆମ ପାଖକୁ ଆସିଥାନ୍ତି । ସେମାନେ ଲାଞ୍ଚ ନିଅନ୍ତି । ମୁଁ ସେମାନଙ୍କ ସାମ୍ନାରେ କହୁଛି ମୁଁ ଜଣେ ଲୋକ ପ୍ରତିନିଧି । ତେଣୁ ସେ ଲୋକଙ୍କ ନିକଟରେ ଉତ୍ତରଦାୟୀ । ତେବେ ଯଦି ଆପଣ ଚୋରି କରୁଛନ୍ତି ମୁଁ ଆପଣଙ୍କୁ ଚୋର ହିଁ କହିବି ବୋଲି କହିଛନ୍ତି ନୀତିନ ଗଡକାରୀ ।

ଏଥିସହ ସେ କହିଥିଲେ, ଶନିବାର ଆରଟିଓ କାର୍ଯ୍ୟାଳୟରେ ଗୋଟିଏ ବୈଠକ କରିଥିଲେ । ଯେଉଁଥିରେ ନିର୍ଦ୍ଦେଶକ ଓ ପରିବହନ ଆୟୁକ୍ତ ଭାଗ ନେଇଥିଲେ । ସେଥିରେ ସେ 8 ଦିନ ଭିତରେ ଏହି ସମସ୍ୟାକୁ ସୁଧାରିବାକୁ କହିଥିଲେ । ନଚେତ ଲୋକଙ୍କୁ କହିବେ ଆଇନକୁ ହାତ ନେଇ ସହ ମାଡ ମାରିବେ । ଆଉ ଯେଉଁ କାର୍ଯ୍ୟ ନ୍ୟାୟ ଦେଇପାରେ ନାହିଁ ତାକୁ ବ୍ୟବସ୍ଥାରୁ ଫିଙ୍ଗି ଦେବାକୁ ତାଙ୍କ ଶିକ୍ଷକ କହିଥିବା କହିଥିବା ସେ କହିଛନ୍ତି ।

ତେବେ ଗଡକରୀ କେଉଁ କାର୍ଯ୍ୟ ପୂରଣ କରିବାକୁ ସ୍ପଷ୍ଟ କରିନଥିବାବେଳେ ଅଧିବେଶନରେ ଯୋଗ ଦେବାକୁ ଆସିଥିବା ବ୍ୟବସାୟୀଙ୍କୁ ବ୍ୟବସାୟ ବୃଦ୍ଧି କରିବାକୁ ଆହ୍ବାନ ଦେବା ସହ କୌଣସି ଅଧିକାରୀ ତାଙ୍କୁ ଅସୁବିଧାରେ ପକାଇ ପାରିବେ ନାହିଁ ବୋଲି କହିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.