ନୂଆଦିଲ୍ଲୀ: ନିଜକୁ ସଙ୍ଗରୋଧ କଲେ କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ । ଜମ୍ମୁ କାଶ୍ମୀରର ବିଜେପି ସଭାପତି ରବିନ୍ଦ୍ର ରାଇନ କୋରୋନା ପଜିଟିଭ ଆସିବା ପରେ ନିଜକୁ କ୍ବାରେଣ୍ଟାଇନ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ।
ନିକଟରେ ସେ ଜମ୍ମୁ ଗସ୍ତରେ ଯାଇଥିଲେ । ଏହି ସମୟରେ ରବିନ୍ଦ୍ର ରାଇନଙ୍କ ସଂସ୍ପର୍ଶରେ ଆସିଥିଲେ । ତେବେ ତାଙ୍କ କୋରୋନା ଟେଷ୍ଟ ପଜେଟିଭ ଆସିବା ପରେ ନିଜକୁ ସଙ୍ଗରୋଧ କରିଛନ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂ ।
ବର୍ତ୍ତମାନ ମହାଶକ୍ତି ଆଣବିକ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦାୟିତ୍ବରେ ଅଛନ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂ । କ୍ବାରେଣ୍ଟାଇନରେ ଥିବା ସେ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ।