ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ରାଜଧାନୀ ଦିଲ୍ଲୀରେ ହିଂସା ଲାଗି ରହିଛି । ହିଂସାକୁ ଦୃଷ୍ଟିରେ ରଖି ଟିଭି ଚ୍ୟାନେଲଗୁଡିକୁ ଆଡଭାଇଜରୀ ଜାରି କରାଯାଇଛି । ଏହି ଆଡଭାଇଜରୀ ଜାରି କରିଛି କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ।
କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାରି ଆଡଭାଇଜରୀ ଅନୁସାରେ ଦେଶ ବିରୋଧୀ ଗତିବିଧିକୁ ପ୍ରୋତ୍ସାହନ ଦେଉଥିବା କିମ୍ବା ହିଂସାକୁ ପ୍ରଶୟ ଦେଉଥିବା ଭଳି ତଥ୍ୟ ପ୍ରସାରଣ ନକରିବାକୁ କୁହାଯାଇଛି । ଏହାସହ ସାମ୍ପ୍ରଦାୟିକତା ସୃଷ୍ଟି କରୁଥିବା କୌଣସି ଭିଡିଓ ନ ଚଳାଇବାକୁ କୁହାଯାଇଛି । ଅନ୍ୟପକ୍ଷେ ମିଥ୍ୟା ତଥ୍ୟ ପ୍ରସାରଣ ନ କରିବାକୁ ମଧ୍ୟ ଏହି ଆଡଭାଇଜରୀରେ ଉଲ୍ଲେଖ ରହିଛି ।
@ANI