ETV Bharat / bharat

ଧାରା ୩୭୦: ‘ରାହୁଲଙ୍କ ମନ୍ତବ୍ୟକୁ ଭାରତ ବିରୋଧରେ ପ୍ରୟୋଗ କରୁଛି ପାକିସ୍ତାନ' - amit shah target rahul gandhi over article 370

ଧାରା 370 ଉଚ୍ଛେଦ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ପାକିସ୍ତାନ ସଂସଦରେ ପ୍ରସଂଶା କରାଯାଉଛି । ଏଥିପାଇଁ କଂଗ୍ରେସକୁ ଲଜ୍ଜ୍ୟା କରିବା ଉଚିତ ବୋଲି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Sep 1, 2019, 5:50 PM IST

ନୂଆଦିଲ୍ଲୀ: ଧାରା 370 ଉଚ୍ଛେଦ ପ୍ରସଙ୍ଗକୁ ନେଇ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ନେତୃତ୍ବ ଉପରେ ବର୍ଷିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ରାହୁଲଙ୍କ ବୟାନକୁ ନେଇ ପାକିସ୍ତାନ ସଂସଦରେ ପ୍ରସଂଶା କରାଯାଉଛି । ତାଙ୍କ ମନ୍ତବ୍ୟକୁ ବ୍ୟବହାର କରି ପାକିସ୍ତାନ ଜାତିସଂଘରେ ଭାରତ ବିରୋଧରେ ପ୍ରୟୋଗ କରୁଛି । ଏଥିପାଇଁ କଂଗ୍ରେସକୁ ଲଜ୍ଜ୍ୟା କରିବା ଉଚିତ ବୋଲି ଶାହ କହିଛନ୍ତି ।

ରବିବାର କେନ୍ଦ୍ର ଶାସିତ ଅଞ୍ଚଳ ଦାଦ୍ରା ନଗର ହାବେଳିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହ କହିଛନ୍ତି, ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ କାଶ୍ମୀରରେ ବିକାଶର ମାର୍ଗ ଖୋଲିଛି । ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ରୋକ ଲାଗିଛି । ମୋଦି ସରକାର ଏହି ନିଷ୍ପତି ନେଇ ଜମ୍ମୁ-କାଶ୍ମୀରକୁ ଭାରତ ସହ ଯୋଡିଛନ୍ତି । ଦେଶବାସୀ ଏହି ନିଷ୍ପତ୍ତିରେ ସରକାରଙ୍କ ସହ ଏକମତ ଅଛନ୍ତି । କିନ୍ତୁ କିଛି ଲୋକ ଏହାର ବିରୋଧ କରୁଛନ୍ତି ବୋଲି କଂଗ୍ରେସକୁ ସମାଲୋଚନା କରିଛନ୍ତି ଶାହ ।

ସେ ଆହୁରି କହିଛନ୍ତି, ଯେଉଁମାନେ ଦେଶରେ ରହି ଦେଶ ବିରୋଧୀ ନାରା ଦେଉଛନ୍ତି ସେମାନଙ୍କୁ କଂଗ୍ରେସ ସବୁବେଳେ ସମର୍ଥନ ଦେଉଛି । ଧାରା ୩୭୦ ଉଚ୍ଛେଦକୁ ନେଇ କଂଗ୍ରେସ ଜୋରଦାର ବିରୋଧ କରୁଛି । ଆଜି ବି ରାହୁଲଙ୍କ ଭାଷଣକୁ ପାକିସ୍ତାନ ପ୍ରଶଂସା କରୁଛି ବୋଲି ସେ କହିଛନ୍ତି । ତାଙ୍କ ଦ୍ବାରା ଦିଆଯାଉଥିବା ମନ୍ତବ୍ୟକୁ ପାକିସ୍ତାନ ଭାରତ ବିରୋଧରେ ଜାତିସଂଘରେ ମଧ୍ୟ ବ୍ୟବହାର କରୁଛି ବୋଲି କହିଛନ୍ତି ଶାହ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.