ETV Bharat / bharat

କୋରୋନା ‘ଷ୍ଟ୍ରେନ’ରେ କୌଣସି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିନାହିଁ: ସ୍ବାସ୍ଥ୍ୟମନ୍ତ୍ରୀ - ସ୍ବାସ୍ଥ୍ୟମନ୍ତ୍ରୀ

କୋରୋନା ଭାଇରସ ‘ଷ୍ଟ୍ରେନ’ରେ କୌଣସି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିନାହିଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି । ଏଥିସହ ସେ କହିଛନ୍ତି, କୋଭିଡ -19 ସଂକ୍ରମଣ ଚିହ୍ନଟ କରିବା ପାଇଁ ଆଇସିଏମଆର ଲାଳ ଭିତ୍ତିକ ସ୍କ୍ରିନିଂ ପ୍ରସଙ୍ଗରେ ରିସର୍ଚ୍ଚ କରୁଛନ୍ତି ।

କୋରୋନା ‘ଷ୍ଟ୍ରେନ’ରେ କୌଣସି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିନାହିଁ

author img

By

Published : Sep 21, 2020, 11:18 AM IST

ନୂଆଦିଲ୍ଲୀ: କୋରୋନା ଭାଇରସ ‘ଷ୍ଟ୍ରେନ’ରେ କୌଣସି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିନାହିଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି । ଏଥିସହ ସେ କହିଛନ୍ତି, କୋଭିଡ -19 ସଂକ୍ରମଣ ଚିହ୍ନଟ କରିବା ପାଇଁ ଆଇସିଏମଆର ଲାଳ ଭିତ୍ତିକ ସ୍କ୍ରିନିଂ ପ୍ରସଙ୍ଗରେ ରିସର୍ଚ୍ଚ କରୁଛନ୍ତି ।

ସୋସିଆଲ ମିଡିଆରେ ତାଙ୍କ ଅନୁଗାମୀଙ୍କ ସହ କଥା ହୋଇ ସେ କହିଛନ୍ତି, ଗତ କିଛି ମାସ ମଧ୍ୟରେ ଆଇସିଏମଆର ଏହି ଭାଇରସର ଷ୍ଟ୍ରେନ ସମ୍ବନ୍ଧରେ ଜାଣିବାକୁ ରିସର୍ଚ୍ଚ ଚଳାଇଛନ୍ତି ।

ସେ କହିଛନ୍ତି, ଅକ୍ଟୋବର ଆରମ୍ଭରେ ଏହି ଭାଇରସର ରୂପରେଖ ପରିବର୍ତ୍ତନ ବିଷୟରେ ସୂଚନା ଉପଲବ୍ଧ ହେବ। ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ବିବୃତ୍ତି ଅନୁଯାୟୀ, ଖାସ କରି ଅକ୍ସିଜେନ ବ୍ୟବସ୍ଥା ପ୍ରସଙ୍ଗ ଉଠିବା ପରେ ମନ୍ତ୍ରଣାଳୟ ଦେଶର ଗ୍ରାମାଞ୍ଚଳକୁ ଅକ୍ସିଜେନ କନ୍ସଂଟ୍ରେଟର ପଠାଇଛନ୍ତି ।

କୋରୋନାର ଲାଳ ପରୀକ୍ଷା ବିଷୟରେ ପଚରାଯିବାରୁ ମନ୍ତ୍ରୀ କହିଛନ୍ତି, ଆଇସିଏମଆର ଏହା ଉପରେ କିଛି ପରୀକ୍ଷା କରିଛି । କିନ୍ତୁ ସେଗୁଡିକ ଏତେ ପ୍ରଭାବଶାଳୀ ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି, ଦେଶର ସର୍ବୋଚ୍ଚ ସ୍ୱାସ୍ଥ୍ୟ ଅନୁସନ୍ଧାନ ପ୍ରତିଷ୍ଠାନ ଏହି ପଦ୍ଧତି ସମ୍ବନ୍ଧରେ ଅଧିକ ସୂଚନା ସଂଗ୍ରହ ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରୁଛି । ଏନେଇ କିଛି ଠୋସ୍ ସୂଚନା ପାଇବା ପରେ ସୂଚନା ଦିଆଯିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.