ETV Bharat / bharat

କୋରୋନା ଭାଇରସ: ଭାରତରେ 28 ସଂକ୍ରମିତ, ସମସ୍ତ ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କର ହେବ ଯାଞ୍ଚ

author img

By

Published : Mar 4, 2020, 1:42 PM IST

କୋରୋନା ଭାଇରସ ଏବେ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ ଏବେସୁଦ୍ଧା 28 ଜଣ ବ୍ୟକ୍ତି କୋରୋନା ଭାଇରସରେ ସଂକ୍ରମିତ ଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ବୁଧବାର ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

coronavirus
କୋରୋନା ଭାଇରସ

ନୂଆଦିଲ୍ଲୀ: ଚୀନରୁ ଉତ୍ପତ୍ତି ହୋଇଥିବା ମାରାତ୍ମକ କୋରୋନା ଭାଇରସ ଏବେ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ ଏବେସୁଦ୍ଧା 28 ଜଣ ବ୍ୟକ୍ତି କୋରୋନା ଭାଇରସରେ ସଂକ୍ରମିତ ଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ବୁଧବାର ସୂଚନା ଦେଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ଇଟାଲିର 14 ଜଣ ପର୍ଯ୍ୟଟକ ସାମିଲ ଅଛନ୍ତି । ସେମାନଙ୍କୁ ଦିଲ୍ଲୀର ଚାୱଲା କ୍ୟାମ୍ପଙ୍କୁ ପଠାଯାଇଥିବା ହର୍ଷବର୍ଦ୍ଧନ କହିଛନ୍ତି ।

ତେବେ ଆଗ୍ରାର ଗୋଟିଏ ପରିବାରର ୬ ଜଣ ସଦସ୍ୟ କୋରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ଦିଲ୍ଲୀରେ ଚିହ୍ନଟ ହୋଇଥିବା କୋରୋନା ଭାଇରସ ସଂକ୍ରମିତ ବ୍ୟକ୍ତି ଜଣଙ୍କ ଏମାନଙ୍କ ସମ୍ପର୍କୀୟ । ଏମାନେ ସମସ୍ତେ ତାଙ୍କ ସଂସ୍ପର୍ଶରେ ଆସିବା ପରେ ସମସ୍ତେ ଭାଇରସରେ ସଂକ୍ରମିତ ହୋଇଛନ୍ତି । ସେହିପରି କୋରୋନା ଭାଇରସରେ ସଂକ୍ରମିତ ଜୟପୁରର ଇଟାଲୀ ପର୍ଯ୍ୟଟକଙ୍କ ସଂସ୍ପର୍ଶରେ ଆସିବା ପରେ ଜଣେ ଭାରତୀୟ ଡ୍ରାଇଭର ମଧ୍ୟ କୋରୋନାରେ ସଂକ୍ରମିତ ହୋଇଛନ୍ତି ।

କୋରୋନାର ପ୍ରକୋପକୁ ଦୃଷ୍ଟିରେ ରଖି କେନ୍ଦ୍ର ମନ୍ତ୍ରୀ ହର୍ଷବର୍ଦ୍ଧନ ବୁଧବାର ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ହର୍ଷବର୍ଦ୍ଧନ କହିଛନ୍ତି, 'ଭାରତରେ ଡାକ୍ତରଖାନାର ସୁବିଧା ବୃଦ୍ଧି କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହା ସହିତ ଦିଲ୍ଲୀରେ ସମସ୍ତ ହସ୍ପିଟାଲରେ ଭଲ କ୍ବାଲିଟି ଯୁକ୍ତ ଆଇସୋଲେଶନ ୱାର୍ଡ ବିକଶିତ କରିବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷକୁ ଅନୁରୋଧ କରାଯାଇଛି । ବର୍ତ୍ତମାନ ବିଦେଶରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଯାଞ୍ଚ କରାଯିବ । ପୂର୍ବରୁ କେବଳ 12 ଦେଶ ପାଇଁ ଏହି ଆଡଭାଇଜରି ଜାରି ହୋଇଥିଲା ।'

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.