ETV Bharat / bharat

ମହାରାଷ୍ଟ୍ରରେ କୋରୋନାର ସ୍ଥିତି ଚିନ୍ତାଜନକ, ମୁଖ୍ୟମନ୍ତ୍ରୀଙ୍କ ସହ ସ୍ବାସ୍ଥ୍ୟମନ୍ତ୍ରୀ କରିବେ ଆଲୋଚନା - ଉଦ୍ଧବ ଠାକରେଙ୍କ ସହ ସ୍ବାସ୍ଥ୍ୟମନ୍ତ୍ରୀ କରିବେ ଆଲୋଚନା

ଦେଶରେ କୋଭିଡ-19 ର ପ୍ରଭାବନ ସବୁଠୁ ଅଧିକ ମହାରାଷ୍ଟ୍ରରେ ପଡିଛି । ଯାହାକି ଅତ୍ୟନ୍ତ ଚିନ୍ତାର ବିଷୟ ପାଲଟିଛି । ଏଥିଲାଗି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଆଲୋଚନା କରି କୋରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଭବିଷ୍ୟତର ରଣନୀତି ପ୍ରସ୍ତୁତ କରିବେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମହାରାଷ୍ଟ୍ରରେ କୋରୋନାର ସ୍ଥିତି ଚିନ୍ତାଜନକ
ମହାରାଷ୍ଟ୍ରରେ କୋରୋନାର ସ୍ଥିତି ଚିନ୍ତାଜନକ
author img

By

Published : May 7, 2020, 12:50 AM IST

ମୁମ୍ବାଇ: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଦେଶରେ କୋଭିଡ-19ର ପ୍ରଭାବନ ସବୁଠୁ ଅଧିକ ମହାରାଷ୍ଟ୍ରରେ ପଡିଛି । ଯାହାକି ଅତ୍ୟନ୍ତ ଚିନ୍ତାର ବିଷୟ ପାଲଟିଛି । ଏହି ସଂକ୍ରମଣରେ ରାଜ୍ୟର 36ଟି ଜିଲ୍ଲା ମଧ୍ୟରୁ 34ଟି ପ୍ରଭାବିତ ହୋଇଛି । ରାଜ୍ୟରେ କୋରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଭବିଷ୍ୟତର ରଣନୀତି ଉପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ସ୍ବାସ୍ଥ୍ୟମନ୍ତ୍ରୀ ଆଲୋଚନା କରିବେ ବୋଲି କହିଛନ୍ତି ।

ସେ କହିଛନ୍ତି ଯେ ମୁମ୍ବାଇ, ପୁଣେ, ଥାନେ, ନାଗପୁର, ନାଶିକ, ଔରଙ୍ଗାବାଦ, ଶୋଲାପୁର ସମେତ ସମସ୍ତ ଜିଲ୍ଲାରେ ଅବସ୍ଥା ସଙ୍କଟାପନ୍ନ ରହିଛି । ଯାହାକି ଆମ ପାଇଁ ବହୁତ ଚିନ୍ତାର ବିଷୟ । ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ମହାରାଷ୍ଟ୍ରରରୁ କୌଣସି ନୂଆ ମାମଲା ନଆସିବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ଆଗାମୀ ଦିନରେ ରାଜ୍ୟ ସରକାରଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ।

ସୂଚନା ଥାଉକି ଯେ ବର୍ତ୍ତମାନ ମହାରାଷ୍ଟ୍ରରେ 1026 କଣ୍ଟେନମେଣ୍ଟ ଜୋନ୍ ଅଛି । କେନ୍ଦ୍ର ଏବଂ ଡାକ୍ତରଙ୍କ ଦଳ ସେଠାରେ ଉପସ୍ଥିତ ଥାଇ ଆବଶ୍ୟକ ଅନୁଯାୟୀ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ବୁଧବାର ପର୍ଯ୍ୟନ୍ତ ମହାରାଷ୍ଟ୍ରରେ 15,525 କୋରୋନା ମାମଲା ଆସିଛି । ଏଥିମଧ୍ୟରୁ 617 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2819 ଜଣ ସୁସ୍ଥ ହୋଇଛନ୍ତି ଏବଂ ଚିକିତ୍ସା ପରେ ଡିସଚାର୍ଜ ହୋଇଛନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.