ETV Bharat / bharat

ରାଧାସ୍ବାମୀ ବ୍ୟାସ କୋଭିଡ କେୟାର ହସ୍ପିଟାଲ ପରିଦର୍ଶନ କଲେ ହର୍ଷବର୍ଦ୍ଧନ

author img

By

Published : Jul 12, 2020, 8:14 PM IST

ଛତ୍ରପୁରର ରାଧାସ୍ବାମୀ ବ୍ୟାସରେ ନିର୍ମାଣ ହୋଇଥିବା ସର୍ଦ୍ଦାର ପଟେଲ କୋଭିଡ କେୟାର ସେଣ୍ଟରର ପରିଦର୍ଶନ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ଼ଃ ହର୍ଷବର୍ଦ୍ଧନ । ଏହି ସମୟରେ ସେ ସମସ୍ତ ବ୍ୟବସ୍ଥାର ଯାଞ୍ଚ କରିଥିଲେ ।

ରାଧାସ୍ବାମୀ ବ୍ୟାସ ହସ୍ପିଟାଲ
ରାଧାସ୍ବାମୀ ବ୍ୟାସ ହସ୍ପିଟାଲ

ନୂଆଦିଲ୍ଲୀ:ଛତ୍ରପୁରର ରାଧାସ୍ବାମୀ ବ୍ୟାସରେ ନିର୍ମାଣ ହୋଇଥିବା ସର୍ଦ୍ଦାର ପଟେଲ କୋଭିଡ କେୟାର ସେଣ୍ଟରର ପରିଦର୍ଶନ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ଼ଃ ହର୍ଷବର୍ଦ୍ଧନ । ଏହି ସମୟରେ ସେ ସମସ୍ତ ବ୍ୟବସ୍ଥାର ଯାଞ୍ଚ କରିଥିଲେ । ଏହାପୂର୍ବରୁ ଉପରାଜ୍ୟପାଳ ଅନିଲ ବୈଜଲ, ଗୃହମନ୍ତ୍ରୀ ଅମିତ ଶାହା ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ 10,000 ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନା ପରିଦର୍ଶନ କରିଥିଲେ। ଜୁନ 26ରେ 2000 ଶଯ୍ୟା ସହିତ ସ୍ବାସ୍ଥ୍ୟ ସେବା ଏଠାରେ ଆରମ୍ଭ କରାଯାଇଛି ।

ପ୍ରକାଶଥାଉକି, ଛତ୍ରପୁର ଅଞ୍ଚଳରେ ରାଧାସ୍ବାମୀ ସତସଙ୍ଗ ବ୍ୟାସ ପରିସରରେ ନିର୍ମିତ ଏହି କେନ୍ଦ୍ରର ଦୁଇଟି ଭାଗ ରହିଛି। ଗୋଟିଏ ଭାଗରେ ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା କରାଯାଉଥିବା ବେଳେ ଅନ୍ୟଭାଗରେ କୋଭିଡ ସ୍ବାସ୍ଥ୍ୟସେବା କେନ୍ଦ୍ର ରହିଛି । ତେବେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ୍ (ଆଇଟିବିପି)କୁ କେନ୍ଦ୍ର ପରିଚାଳନା ଦାୟିତ୍ବ ଦିଆଯାଇଛି ଓ ଏହା ଏକ ନୋଡାଲ୍ ଏଜେନ୍ସି ଭାବରେ କାର୍ଯ୍ୟ କରୁଛି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.