ETV Bharat / bharat

ଭଟ୍ଟାୟନ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ ହେଲେ ରମେଶ ପୋଖରିୟାଲ - ରମେଶ ପୋଖରିଆଲ

ଭଟ୍ଟାୟନ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ । 21 ନଭେମ୍ବର 2020 ରେ ଏକ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ରମେଶ ପୋଖରିୟାଲଙ୍କୁ ଭଟ୍ଟାୟନ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

Union Education Minister Mr. Ramesh Pokhriyal 'Nishank' to be conferred with bhattayan Life Time Achievement Award
ଭଟ୍ଟାୟନ ଲାଇଭ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ ହେବେ ରମେଶ ପୋଖରିଆଲ
author img

By

Published : Nov 21, 2020, 9:56 PM IST

ନୂଆଦିଲ୍ଲୀ: ଭଟ୍ଟାୟନ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ । 21 ନଭେମ୍ବର 2020 ରେ ଏକ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ରମେଶ ପୋଖରିୟାଲଙ୍କୁ ଭଟ୍ଟାୟନ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି । ତାଙ୍କ ଲେଖା, କବିତା ଏବଂ ଅନ୍ୟାନ୍ୟ ସାହିତ୍ୟିକ କୃତି ପାଇଁ କେନ୍ଦ୍ର ମନ୍ତ୍ରୀ ଏପର୍ଯ୍ୟନ୍ତ ଅନେକ ଜାତୀୟ ତଥା ଆନ୍ତର୍ଜାତୀୟ ପୁରସ୍କାର ପାଇସାରିଛନ୍ତି । ତାଙ୍କ ଲିଖିତ ପୁସ୍ତକ ଦେଶ ତଥା ଦେଶ ବାହାରେ ପ୍ରକାଶିତ ହୋଇଛି ।

କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲଙ୍କ ଲିଖିତ ପୁସ୍ତକ ବେଶ ଲୋକ ପ୍ରିୟତା ମଧ୍ୟ ହାସଲ କରିଛି । ସାହିତ୍ୟ ତଥା ପ୍ରଶାସନ କ୍ଷେତ୍ରରେ ପୋଖରିୟାଲଙ୍କୁ ବିଭିନ୍ନ ପୁରସ୍କାର ପ୍ରଦାନ କରାଯାଇଛି । ଯେଉଁଥିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ସାହିତ୍ୟ ଭାରତୀ ପୁରସ୍କାର, ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଦ୍ବାରା ପ୍ରଦାନ କରାଯାଇଛି ସାହିତ୍ୟ ଗୌରବ ସମ୍ମାନ, ଗୁଡ ଗଭର୍ଣ୍ଣାନ୍ସ ପାଇଁ ଦୁବାଇ ସରକାର ଦ୍ବାରା ଦିଆଯାଇଥିବା ସମ୍ମାନ ଆଦି ଏହି ତାଲିକାରେ ଅନ୍ତର୍ଭୁକ୍ତ । ଏହା ସହ ନେପାଳ, ନିଶଙ୍କଙ୍କୁ ହିମଲ ଗୌରବ ସାମ୍ମାନରେ ସମ୍ମାନିତ କରିଛି । ତାଙ୍କ ଦ୍ବାରା ଲିଖିତ ‘ସ୍ପର୍ଶ ଗଙ୍ଗା‘ ମରିଶସର ସ୍କୁଲ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିଲା ।

ସେ 'ସ୍ବର୍ଣ୍ଣ ଗଙ୍ଗା' ଭଳି ବିଶେଷ ଅଭିଯାନ ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି । ପୋଖରିୟାଲ ଉତ୍ତରପ୍ରଦେଶ ସରକାରରେ ସଂସ୍କୃତିକ ମନ୍ତ୍ରୀ ଥିବାବେଳେ ବିଶ୍ବର ବିଭିନ୍ନ ସ୍ଥାନରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ପୋଖରିୟାଲ ବିଭିନ୍ନ ପ୍ରସଙ୍ଗରେ 75 ରୁ ଅଧିକ ପୁସ୍ତକ ରଚନା କରିଛନ୍ତି, ଯାହାକି ଭାରତୀୟ ଭାଷା ସହିତ ଅନେକ ବିଦେଶୀ ଭାଷାରେ ଅନୁବାଦ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ କେନ୍ଦ୍ର ମନ୍ତ୍ରୀ ବିଭିନ୍ନ ଶିକ୍ଷା ଅନୁସରଣ କରି ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିଥିଲେ, ଯାହା ସାରା ବିଶ୍ବ ଦ୍ବାରା ପ୍ରଶଂସିତ ହୋଇଥିଲା । ଭଟ୍ଟାୟନ -ୟୁକେ ସମ୍ମାନ କାର୍ଯ୍ୟକ୍ରମ ନଭେମ୍ବର 21, 2020 ରେ ରାତି 8:30 ରେ ଭର୍ଚୁଆଲ ମାଧ୍ୟମରେ କରାଯାଇଛି । ଏହି ଅବସରରେ ଲଣ୍ଡନର ନେହେରୁ କେନ୍ଦ୍ରର ଜଣାଶୁଣା ଲେଖକ ତଥା ନିର୍ଦ୍ଦେଶକ ଡ. ଅମିଷ ତ୍ରିପାଠୀ ବିଶେଷ ଅତିଥି ଭାବେ ଯୋଗଦେଇଥିଲେ । ଏହାସହ କାର୍ଯ୍ୟକ୍ରମରେ ଭଟ୍ଟାୟନ ଅଧ୍ୟକ୍ଷ ମୀରା କୌଶିକ, କେନ୍ଦ୍ରୀୟ ହିନ୍ଦୀ ବୋର୍ଡ ତଥା ଆଗ୍ରା ଉପାଧ୍ୟକ୍ଷ କବି ଅନିଲ ଶର୍ମା ଯୋଶୀ ଏବଂ ବାଣୀ ପ୍ରକାଶନର କାର୍ଯ୍ୟକାରୀ ନିର୍ଦ୍ଦେଶକ ଅଦିତି ମହେଶ୍ବରୀ ମଧ୍ୟ ଉପସ୍ଥିତ ରହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.