ETV Bharat / bharat

ଆଜି ଦିନ 1ଟାରେ କେନ୍ଦ୍ର କ୍ୟାବିନେଟ ବୈଠକ

ଆଜି କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଦିନ 1ଟା ବେଳେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରାଯିବ । ଅଧିକ ପଢନ୍ତୁ...

author img

By

Published : Apr 6, 2020, 11:10 AM IST

Union Cabinet to meet at 1 PM today via video conferencing.
ଆଜି ଦିନ 1ଟାରେ କେନ୍ଦ୍ର କ୍ୟାବିନେଟ ବୈଠକ

ନୂଆଦିଲ୍ଲୀ: ଆଜି କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଦିନ1ଟା ବେଳେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରାଯିବ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଯୋଗଦେବେ । ଦେଶରେ କୋରୋନା ମହାମାରୀ ମୁକାବିଲା ନିମନ୍ତେ ଏହି ବୈଠକରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ।

ଗତ କ୍ୟାବିନେଟ ବୈଠକ ମାର୍ଚ୍ଚ 25ରେ ଜାତୀୟ ରାଜଧାନୀର 7 ଲୋକ କଲ୍ୟାଣ ମାର୍ଗରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିଥିଲା ବେଳେ ମନ୍ତ୍ରୀମାନେ ସାମାଜିକ ଦୂରତା ଉପରେ ନଜର ରଖିଥିଲେ । ଯାହାକି COVID-19 ବିରୋଧରେ ଏକ ସତର୍କତା ।

କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ପ୍ରଧାନମନ୍ତ୍ରୀ ମୋଦି ଗତ ମାସରେ 21 ଦିନିଆ ଲକ ଡାଉନ କରିବାକୁ ଆହ୍ବାନ ଦେଇଥିଲେ । ଏହା ସହିତ ସାମାଜିକ ଦୂରତା ଏହି ରୋଗର ମୁକାବିଲା ପାଇଁ ଏକମାତ୍ର ବିକଳ୍ପ ବୋଲି ପ୍ରକାଶ କରିଥିଲେ । ବର୍ତ୍ତମାନ ସୁଦ୍ଧା ଭାରତରେ କୋରୋନା ପାଇଁ 109 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପଜିଟିଭ ସଂଖ୍ୟା 3672 ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.