ETV Bharat / bharat

କୋପ୍ରାର ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରୀ

କେନ୍ଦ୍ର କ୍ୟାବିନେଟ କୋପ୍ରା (ନଡିଆ ତେଲ କଞ୍ଚାମାଲ)ର 2020 ବର୍ଷ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟରେ ପାରିତ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Mar 13, 2020, 11:27 PM IST

Union Cabinet approves Minimum Support Price for Copra for 2020 season
କୋପ୍ରାର ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ କୋପ୍ରା (ନଡିଆ ତେଲ କଞ୍ଚାମାଲ)ର 2020 ବର୍ଷ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟରେ ପାରିତ କରିଛନ୍ତି । ଏହା ଦ୍ବାରା କୋପ୍ରାର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା 9ହଜାର 9ଶହ 60କୁ ବୃଦ୍ଧି ପାଇଥିବାବେଳେ ବଲ କୋପ୍ରାର ମୂଲ୍ୟ କ୍ବିଣ୍ଟାଲ ପିଛା 10ହଜାର 3ଶହକୁ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ କମିଟି ବୈଠକରେ ଏହା ପାରିତ ହୋଇଛି ।

ଗତବର୍ଷ କୋପ୍ରାର ସର୍ବନିମ୍ନ ସହାୟକ ମୂଲ୍ୟ 9ହଜାର 5ଶହ 21 ରହିଥିଲା । ସେହିପରି ବଲ କୋପ୍ରାର ସର୍ବନିମ୍ନ ସହାୟକ ମୂଲ୍ୟ 9ହଜାର 9ଶହ 20 ରହିଥିଲା । କୋପ୍ରା ଦରରେ ପ୍ରତି କ୍ବିଣ୍ଟାଲ ପିଛା 4ଶହ 39 ଟଙ୍କା ବୃଦ୍ଧି ଘଟିଥିବାବେଳେ ବଲ କୋପ୍ରାରେ 3ଶହ 80 ଟଙ୍କା ବୃଦ୍ଧି ଘଟିଛି । କମିଶନ ଫର ଏଗ୍ରିକଲଚରାଲ କଷ୍ଟସ ଆଣ୍ଡ ପ୍ରାଇସଙ୍କ ସୁପାରିଶ ଆଧାରରେ ଏହି କୋପ୍ରା ମୂଲ୍ୟରେ ବୃଦ୍ଧଇ ଘଟିଛି । ଭାରତ କୋପ୍ରା ଉତ୍ପାଦନରେ ବିଶ୍ବରେ ପ୍ରଥମ ସ୍ଥାନ ହାସଲ କରିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.