ETV Bharat / bharat

ୟୁନେସ୍କୋ ଶିକ୍ଷା ରିପୋର୍ଟ 2020, ଭାରତରେ ଧନ୍ଦାମୂଳକ ଶିକ୍ଷା ପ୍ରଥମ - UNESCO

ରାଜଧାନୀ ଦିଲ୍ଲୀରେ ୟୁନେସ୍କୋ ଶିକ୍ଷା ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ଧନ୍ଦାମୂଳକ ଶିକ୍ଷାକୁ ସରକାର ଅଗ୍ରାଧିକାର ଦେଉଥିବା ରିପୋର୍ଟରେ ଦର୍ଶାଯାଇଛି । ଅଧିକ ପଢନ୍ତୁ...

UNESCO Education Report 2020: Vocational Education First in India
ୟୁନେସ୍କୋ ଶିକ୍ଷା ରିପୋର୍ଟ 2020, ଭାରତରେ ଧନ୍ଦାମୂଳକ ଶିକ୍ଷା ପ୍ରଥମ
author img

By

Published : Dec 11, 2020, 5:10 PM IST

ହାଇଦ୍ରାବାଦ: ବୈଷୟିକ, ଧନ୍ଦାମୂଳକ ଶିକ୍ଷା, ପ୍ରଶିକ୍ଷଣ ଆଦି ଶିକ୍ଷା ସମ୍ପର୍କରେ ଚଳିତ ବର୍ଷର ଶିକ୍ଷା ରିପୋର୍ଟ ନୂଆଦିଲ୍ଲୀ ୟୁନେସ୍କୋ ପକ୍ଷରୁ ଗତ ମଙ୍ଗଳବାର ଭର୍ଚ୍ଚୁଆଲ ମାଧ୍ୟମରେ ପ୍ରକାଶ ପାଇଛି । ତେବେ ଏହି କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀ, ଶିକ୍ଷାନୁଷ୍ଠାନର ଅଧିକାରୀ, ସଂସ୍ଥାର ଅଂଶୀଦାର ଓ ଯୁବପୀଢୀମାନଙ୍କୁ ମିଶାଇ ମୋଟ 400 ଜଣ ଉପସ୍ଥିତ ରହିଥିଲେ ।

ରାଜ୍ୟ ଶିକ୍ଷା ରିପୋର୍ଟର ଦ୍ବିତୀୟ ସଂସ୍କରଣ ବୈଷୟିକ, ଧନ୍ଦାମୂଳକ ଶିକ୍ଷା ଏବଂ ତାଲିମ (TVET) ଉପରେ ଧ୍ୟାନ ଦେଇଛି । ଭାରତ ପ୍ରାୟତଃ ଜନସଂଖ୍ୟାଗତ, ଏହାର ଯୁବବର୍ଗଙ୍କ ଆକାଂକ୍ଷା ଏବଂ ବଢୁଥିବା ଅର୍ଥନୀତିର ଦକ୍ଷତା ଆବଶ୍ୟକତାକୁ ରିପୋର୍ଟରେ ଦର୍ଶାଯାଇଛି । TVET ବ୍ୟବସ୍ଥା ଉପରେ ଦେଶର ଅର୍ଥନୈତିକ ବିକାଶ ନିର୍ଭରଶୀଳ । କାରଣ ନିଜ ଆଗ୍ରହ ମୁତାବକ ଲୋକମାନେ ଶିକ୍ଷା ଗ୍ରହଣ କଲେ ସେମାନେ ନିଜେ ସ୍ବାବଲମ୍ବୀ ହୋଇପାରିବେ । ଏହି ରିପୋର୍ଟ ଭାରତ ସରକାରଙ୍କୁ ସମର୍ଥନ କରୁଛି । କାରଣ 'ସ୍କିଲ ଇଣ୍ଡିଆ ମିଶନ' ଅଧୀନରେ ଦକ୍ଷତା ବିକାଶକୁ ଏକ ପ୍ରମୁଖ ଜାତୀୟ ପ୍ରାଥମିକତା ଭାବରେ ସରକାର ପୂର୍ବରୁ ଘୋଷଣା କରିସାରିଛନ୍ତି।

ଭାରତରେ TVET ବ୍ୟବସ୍ଥାକୁ ଗଭୀର ଭାବେ ତର୍ଜମା କରାଗଲେ ଦେଶରେ ଦକ୍ଷତା ବିକାଶ ପାଇଁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇବା ପାଇଁ ଏହି ରିପୋର୍ଟରେ ଲକ୍ଷ୍ୟ ରଖାଯାଇଛି । 2022 ମସିହା ସୁଦ୍ଧା 110 ମିଲିୟନ ବା 101 କୋଟି ଲୋକଙ୍କୁ ଦକ୍ଷତା କ୍ଷେତ୍ରରେ ବିକାଶ କରିବା ପାଇଁ ଭାରତ ଲକ୍ଷ୍ୟ କରିଛି । ତେବେ ବର୍ତ୍ତମାନ ଦେଶରେ ପ୍ରାୟ 1 କୋଟି ଯୁବପିଢିଙ୍କୁ ବିଭିନ୍ନ କ୍ଷେତ୍ରରେ ସରକାରଙ୍କୁ ପକ୍ଷରୁ ପ୍ରଶିକ୍ଷଣ ଦିଆଯାଉଛି । TVET ମାଧ୍ୟମରେ ଛୋଟ ଓ ବଡ ପାଠ୍ୟକ୍ରମ ଆଧାରରେ ପିଲାମାନଙ୍କୁ ପ୍ରଶିକ୍ଷଣ ଓ ଶିକ୍ଷାନୁଷ୍ଠାନରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବା ଲାଗି ସରକାର ଲକ୍ଷ୍ୟ ରଖିଥିବା ରିପୋର୍ଟରେ ଦର୍ଶାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.