ETV Bharat / bharat

ENT ଅପରେସନ ସମୟରେ ସାବଧାନ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଜାରି

author img

By

Published : Jun 4, 2020, 1:53 PM IST

ENT ଚିକିତ୍ସା ସମୟରେ କୋଭିଡ-19 ସଂକ୍ରମଣର ସମ୍ଭାବନା ଅଧିକ ରହିଛି । ଫଳରେ କୋରୋନା ଭାଇରସ୍ ସଂକ୍ରମିତ ରୋଗୀଙ୍କୁ କେବଳ ଜରୁରୀକାଳୀନ ପରିସ୍ଥିତିରେ, କୋଭିଡ-19 ଚିକିତ୍ସା ପାଇଁ ଚିହ୍ନଟ ହୋଇଥିବା ଅପରେସନ ସୁବିଧା ଥିବା ସ୍ଥାନରେ ଅପରେସନ କରାଯିବା ଉଚିତ୍ ବୋଲି କୁହାଯାଇଛି ।

Undertake ENT operations for COVID-19 patients only in emergency cases: Health Ministry
ENT ଅପରେସନ ସମୟରେ ସାବଧାନ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଜାରି

ନୂଆଦିଲ୍ଲୀ: କର୍ଣ୍ଣ,ନାକ,ଗଳା(ENT)ବିଭାଗର ଚିକିତ୍ସା ସମୟରେ ଯତ୍ନବାନ ହେବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ନିର୍ଦ୍ଦେଶନାମା ଜାରି କରିଛି । ENT ଚିକିତ୍ସା ସମୟରେ କୋଭିଡ-19 ସଂକ୍ରମଣର ସମ୍ଭାବନା ଅଧିକ ରହିଛି । ଫଳରେ କୋରୋନା ଭାଇରସ୍ ସଂକ୍ରମିତ ରୋଗୀଙ୍କୁ କେବଳ ଜରୁରୀକାଳୀନ ପରିସ୍ଥିତିରେ, କୋଭିଡ-19 ଚିକିତ୍ସା ପାଇଁ ଚିହ୍ନଟ ହୋଇଥିବା ଅପରେସନ ସୁବିଧା ଥିବା ସ୍ଥାନରେ ଅପରେସନ କରାଯିବା ଉଚିତ୍ ବୋଲି କୁହାଯାଇଛି ।

କୋଭିଡ-19 ପଜିଟିଭ ପୂର୍ବ-ସମ୍ଭାବନାକୁ ପରଖି, ଜଣେ ସର୍ଜନ 14 ଦିନ ପର୍ଯ୍ୟନ୍ତ ଅପରେସନର ପୂର୍ବ ଧାର୍ଯ୍ୟ ଦିନକୁ ଘୁଞ୍ଚାଇପାରିବେ । କିମ୍ବା ଅପରେସନର ସ୍ଥାନ କୋଭିଡ-19 ଚିକିତ୍ସା ପାଇଁ ଚିହ୍ନଟ ହୋଇଥିବା ସ୍ଥାନରେ କରାଇବା ପାଇଁ ସ୍ଥିର କରିପାରିବେ ।

ENT ଚିକିତ୍ସାଧିକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି, ବୁଧବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ଗାଇଡଲାଇନ ଜାରି କରାଯାଇଛି ।

କର୍ଣ୍ଣ,ନାକ,ଗଳା(ENT) ଚିକିତ୍ସା ସମୟରେ, ସଂକ୍ରମଣର ସମ୍ଭାବନା ଅଧିକ ଥିବାରୁ, ଡାକ୍ତର, ନର୍ସିଂ ଷ୍ଟାଫ୍, ସହଯୋଗୀ ଷ୍ଟାଫ, ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କ ମଧ୍ୟରେ ସଂକ୍ରମଣ ବ୍ୟାପିବାକୁ ରୋକିବା ନେଇ ଏହି ନିଷ୍ପତି ନିଆଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଟେଲି-ପରାମର୍ଶକୁ ଗ୍ରହଣୀୟ ଦର୍ଶାଇ, ENT OPD ରେ ପ୍ରବେଶ କରୁଥିବା ସମସ୍ତ ରୋଗୀଙ୍କୁ ସ୍କ୍ରିନିଂ ସହ ଉଚିତ ଥର୍ମାଲ ସ୍କ୍ରିନିଂ ମଧ୍ୟ କରାଯିବା ଉଚିତ ବୋଲି କୁହାଯାଇଛି।

ସ୍କ୍ରିନିଂର ଉଦ୍ଦେଶ୍ୟ କର୍ମଚାରୀ ଓ ରୋଗୀଙ୍କ ସଂପର୍କକୁ କମ୍ କରିବା । କୋଭିଡ-19 (କାନ ନାକ ଗଳା କିମ୍ବା ଶ୍ବାସକ୍ରୀୟା ସମ୍ବନ୍ଧିତ ଲକ୍ଷଣ ) ଥିବା ରୋଗୀଙ୍କୁ ENT OPD ରେ ନୁହେଁ , ବରଂ ଏକ ପୃଥକ "COVID-19 ସ୍କ୍ରିନିଂ କ୍ଲିନିକ୍" ରେ ଦେଖାଯିବା ଉଚିତ ବୋଲି ଗାଇଡଲାଇନରେ ଦର୍ଶାଯାଇଛି।

ଗାଇଡଲାଇନ ଅନୁଯାୟୀ ENT OPD ରେ ପୂର୍ଣ୍ଣମାତ୍ରାରେ ପବନ ଚଳାଚଳ କରୁଥିବା ଆବଶ୍ୟକ । ଏଥିସହିତ ଡାକ୍ତରମାନେ ଚାମ୍ବରରେ ପିପିଇ କିଟ୍(N95ମାସ୍କ,ଗାଉନ୍, ଗ୍ଲୋଭସ୍, ଚଷମା / ଫେସ୍ ସିଲଡ) ପରିଧାନ କରିବେ।

ପ୍ରତିଦିନ ବ୍ୟବହାର ହେଉଥିବା OPDରେ ଏଣ୍ଡୋସକୋପି ପରୀକ୍ଷା କରିବାରୁ ଡାକ୍ତରଙ୍କୁ ବାରଣ କରାଯାଇଛି । ଏଥିସହିତ ଅତ୍ୟାବଶ୍ୟକ ସ୍ଥଳେ ପୃଥକ ସ୍ଥାନରେ ଦ୍ବିତୀୟସ୍ତରର ପିପିଇ କିଟ୍ (N95ମାସ୍କ, ସମସ୍ତ ଗାଉନ୍ କଭର, ଗ୍ଲୋଭସ୍, ଚଷମା )ପିନ୍ଧି ପରୀକ୍ଷା କରିବାକୁ ନିୟମ ଜାରି ହୋଇଛି ।

ମୁଣ୍ଡ ଓ ଗଳା ସର୍ଜରୀ ୱାର୍ଡ ପାଇଁ ଏହି ସବୁ ନିର୍ଦ୍ଦେଶାନାମାର ଉଦ୍ଦେଶ୍ୟ ଏହାକୁ କୋଭିଡ ମୁକ୍ତ ୱାର୍ଡ ରଖିବା । ଏଥିସହିତ ସନ୍ଦିଗ୍ଧ ରୋଗୀଙ୍କୁ କୋଭିଡ ରୋଗୀଙ୍କ ପୃଥକ ୱାର୍ଡରେ ରଖାଯିବା ଉଚିତ । ରିପୋର୍ଟ ନେଗେଟିଭ ଆସିବା ପରେ, ସେମାନଙ୍କୁ ୱାର୍ଡକୁ ସ୍ଥାନାନ୍ତରିତ କରାଯିବା ଉଚିତ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଆଡମିଶନ୍ ପାଇଁ ଆସୁଥିବା ସମସ୍ତ ରୋଗୀମାନଙ୍କର ପୂର୍ବରୁ COVID-19 ପାଇଁ ସ୍କ୍ରିନିଂ କରାଯିବା ଉଚିତ୍ | COVID-19 ସନ୍ଦେହଜନକ ଏବଂ ନିଶ୍ଚିତ ମାମଲାଗୁଡିକ ପୃଥକ ଭାବରେ ରଖାଯିବା ଉଚିତ । ଏବଂ COVID 19 ପାଇଁ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ଏବଂ ସାମାଜିକ ଦୂରତା ଭଳି ସମସ୍ତ ସତର୍କତା ଅବଲମ୍ବନ କରାଯିବା ଉଚିତ୍ |

"ପରିଦର୍ଶକଙ୍କୁ ଅନୁମତି ଦିଆଯିବା ଉଚିତ ନୁହେଁ ଏବଂ ରୋଗୀ ଶଯ୍ୟା ମଧ୍ୟରେ ଅତି କମରେ ଦୁଇ ମିଟର ଦୂରତା ବାଧ୍ୟତାମୂଳକ ଅଟେ। ଯଦି ଆବଶ୍ୟକ ହୁଏ ଅତିରିକ୍ତ ଦୂରତା ମଧ୍ୟ ରଖାଯାଇପାରେ । ରୋଗୀଙ୍କ ସହ କେୟାରଟେକରଙ୍କୁ ରହିବାକୁ ଅନୁମତି ମିଳିପାରିବ ।

"ୱାର୍ଡ ମଧ୍ୟରେ ମଧ୍ୟରେ ପୃଥକୀକରଣର ଆବଶ୍ୟକତା ରହିଛି । ଉଚ୍ଚ ଏରୋସୋଲ ଉତ୍ପାଦନ ସମ୍ଭାବନା ଥିବା ରୋଗୀମାନଙ୍କ ପାଇଁ (ଯଥା ଟ୍ରାକୋଷ୍ଟୋମାଇଜଡ୍ ରୋଗୀ) ଏବଂ ENT ରୋଗୀଙ୍କୁ ୱାର୍ଡରେ ପୃଥକ ଭାବେ ବିଭକ୍ତ କରାଯିବା ଆବଶ୍ୟକ ।"

ଡକ୍ୟୁମେଣ୍ଟ୍ ଅନୁଯାୟୀ, ଏନ୍.ଟି.ରେ ଏରୋସୋଲ୍ ଉତ୍ପାଦନ କରୁଥିବା ରୋଗୀଙ୍କ ମୁଖ୍ୟ ଅଂଶ ହେଉଛି ଟ୍ରାକୋଷ୍ଟୋମାଇଜଡ୍ ରୋଗୀ।

ଟ୍ରାକୋଷ୍ଟୋମି ଟ୍ୟୁବ ପରିବର୍ତ୍ତନ, ପାଟିରେ ପରୀକ୍ଷା, ସଫାକରିବା, ଚୋବାଇବା ଓ ନାସାଲ ପ୍ୟାକିଂ ଓ ବିଦେଶୀ ଶରୀରର ଅପସାରଣ ଆଦି ସାଧାରଣତଃ ଏରୋସୋଲ୍ ଉତ୍ପାଦନ ପ୍ରଣାଳୀ ହୋଇଥାଏ।

ENT ଚିକିତ୍ସା କରାଯାଉଥିବା ପରିବେଶକୁ ପାଣି ଓ ଡିଟରଜେଣ୍ଟରେ ସଫା କରାଯିବା ଉଚିତ । ୱାର୍ଡ ଗୁଡିକ କୋଭିଡ ମୁକ୍ତ ରଖିବା ପାଇଁ ସୋଡିୟମ ହାଇପୋକ୍ଳୋରାଇଡ ପରି ହସ୍ପିଟାଲ ସଂକ୍ରମଣ ନିରୋଧ ଦ୍ବାରା ସଫା କରାଯିବା ଉଚିତ ।

କୌଣସି କୋଭିଡ-19 ପଜିଟିଭ ରୋଗୀଙ୍କୁ ବିନା କୋଭିଡ ଅପରେସନ ଥିଏଟର(OT) ରେ ଅପରେସନ ପାଇଁ ଭର୍ତ୍ତି କରାଯାଇ ପାରିବ ନାହିଁ । ପଜିଟିଭ ରୋଗୀଙ୍କୁ ଜରୁରୀକାଳୀନ ଚିହ୍ନଟ ହୋଇଥିବା ପୃଥକ OT ରେ ଅପରେସେନ କରାଯିବ । ଏନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

ENT ପରୀକ୍ଷା ଓ ଚିକିତ୍ସା ପ୍ରଣାଳୀ ଗୁଡିକରେ କୋଭିଡ-19 ସଂକ୍ରମଣର ଅତ୍ୟଧିକ ସମ୍ଭାବନା ରହିଛି ।

ଅସ୍ତ୍ରୋପଚାର ସମୟରେ ନୋଭେଲ କୋରୋନା ଏରୋଡିଜେଷ୍ଟିଭର ଉପର ଭାଗ ନୋଭେଲ କୋରୋନା ଭାଇରସର ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ ହୋଇଥାଏ । ଅପରେସନ ସମୟରେ ଅଧିକ ଏରୋସୋଲ୍ ଉତ୍ପାଦନ ହୋଇଥାଏ | ଯେଉଁଠାରେ ସଂକ୍ରମଣର ସମ୍ଭାବନା ଅଧିକ ରହିଥାଏ ।

(PTI Report)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.