ETV Bharat / bharat

ପୂରଣ ହେବ ଦୀର୍ଘ ଦିନର ଦାବି, ଉରିରେ ନିର୍ମାଣ ହେଉଛି ଅଣ୍ଡରଗ୍ରାଉଣ୍ଡ ବଙ୍କର

author img

By

Published : Jul 21, 2020, 8:36 AM IST

ପାକିସ୍ତାନର ବଦମାସୀକୁ ବ୍ରେକ ଦେବାକୁ ଜାମ୍ମୁକାଶ୍ମୀର ବାରମୁଲ୍ଲା ଜିଲ୍ଲାର ଉରିରେ ନିର୍ମାଣ ହେଉଛି ଅଣ୍ଡରଗ୍ରାଉଣ୍ଡ ବଙ୍କର। ଏହି ଗୁପ୍ତ ସୁଢଙ୍ଗ ନିର୍ମାଣ ହେବା ଦ୍ବାରା ଏଲଓସି ନିକଟରେ ରହୁଥିବା ସ୍ଥାନୀୟ ଲୋକଙ୍କୁ ପାକିସ୍ତାନ ଅସ୍ତ୍ରବିରତୀ ଉଲ୍ଲଙ୍ଘନରୁ ସୁରକ୍ଷା ଦିଆଯାଇ ପାରିବ।

ପୂରଣ ହେବ ଦୀର୍ଘ ଦିନର ଦାବି, ଜାମ୍ମୁକାଶ୍ମୀର ଉରିରେ ନିର୍ମାଣ ହେଉଛି ଅଣ୍ଡରଗ୍ରାଉଣ୍ଡ ବଙ୍କର

ଜମ୍ମୁକାଶ୍ମୀର: ତାଗିଦ୍ ପରେ ବି ସୁଧୁରୁନି ପାକିସ୍ଥାନ। ବାରମ୍ବାର କରୁଛି ଅସ୍ତ୍ରବିରତୀ ଉଲ୍ଲଙ୍ଘନ। ତେବେ ପାକିସ୍ତାନର ବଦମାସୀକୁ ବ୍ରେକ ଦେବାକୁ ଜାମ୍ମୁକାଶ୍ମୀର ବାରମୁଲ୍ଲା ଜିଲ୍ଲାର ଉରିରେ ନିର୍ମାଣ ହେଉଛି ଅଣ୍ଡରଗ୍ରାଉଣ୍ଡ ବଙ୍କର। ଏହି ଗୁପ୍ତ ସୁଢଙ୍ଗ ନିର୍ମାଣ ହେବା ଦ୍ବାରା ଏଲଓସି ନିକଟରେ ରହୁଥିବା ସ୍ଥାନୀୟ ଲୋକଙ୍କୁ ପାକିସ୍ତାନ ଅସ୍ତ୍ରବିରତୀ ଉଲ୍ଲଙ୍ଘନରୁ ସୁରକ୍ଷା ଦିଆଯାଇ ପାରିବ।

ନିର୍ମାଣ ଦାୟିତ୍ବରେ ଥିବା ଅଧିକାରୀମାନେ କହିଛନ୍ତି ଯେ ପ୍ରତ୍ୟେକ ବଙ୍କରରେ ସମସ୍ତ ସୁବିଧା ଉପଲବ୍ଧ ହେବ ଯାହା ଦ୍ବାରା ଲୋକମାନେ ଏହି ବଙ୍କରରେ ଅନେକ ଦିନ ଆଶ୍ରୟ ନେଇପାରିବେ। ପ୍ରତ୍ୟେକ କମ୍ୟୁନିଟି ବଙ୍କର୍ ଆନୂମାନିକ 10 ଲକ୍ଷ ଟଙ୍କା ମୂଲ୍ୟରେ ନିର୍ମାଣ କରାଯିବ। ଏଥିରେ ଗୋଟିଏ ୱାଶରୁମ୍ ବ୍ୟତୀତ ଦୁଇଟି କୋଠରୀକୁ ନେଇ ଗଠିତ ହେବ।

କନିଷ୍ଠ ଠିକାଯନ୍ତ୍ରୀ ଜାଭେଦ ଅହମ୍ମଦ କହିଛନ୍ତି ଯେ ତାଙ୍କ ବିଭାଗ ହେଉଛି ଏକଜେକ୍ୟୁଟିଭ୍ ଏଜେନ୍ସି, ଯାହାକି ବୋନିୟର୍ ଏବଂ ଉରି ଅଞ୍ଚଚଳରେ 18 ଟି କମ୍ୟୁନିଟି ବଙ୍କର୍ ନିର୍ମାଣ କରିବ ଯେଉଁଥିରୁ ବର୍ତ୍ତମାନ 6 ଟି ର ନିର୍ମାଣ କାର୍ଯ୍ୟ ଚାଲିଛି।

"ଏହା ପ୍ରଥମ ଥର ପାଇଁ ଉରି ତହସିଲରେ ବଙ୍କର ନିର୍ମାଣ କରାଯାଉଛି। ଏହା ଏକ ସୀମାନ୍ତ ଅଞ୍ଚଳ ହୋଇଥିବାରୁ ଏଠାକାର ଲୋକମାନେ ଦୀର୍ଘ ଦିନ ଧରି ବଙ୍କର ପାଇଁ ଦାବି କରିଆସୁଥିଲେ ବୋଲି ସେ କହିଛନ୍ତି।

ଦୀର୍ଘ ଦିନର ଚାହିଦା ପୂରଣ କରିଥିବାରୁ ଉରି ସୀମାବର୍ତ୍ତୀ ଅଞ୍ଚଳର ସ୍ଥାନୀୟ ବାସିନ୍ଦା ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସରପଞ୍ଚ ମନଜୁର୍ ଅହମ୍ମଦ କହିଛନ୍ତି ଯେ "ଆମର ଚାହିଦା ପୂରଣ କରିଥିବାରୁ ଆମେ ଭାରତ ସରକାରଙ୍କ ପାଇଁ ଅତ୍ୟଧିକ କୃତଜ୍ଞ। ଏହା ଏକ ଭଲ ଆରମ୍ଭ କିନ୍ତୁ ଏହି ଅଞ୍ଚଳର ଲୋକଙ୍କ ଘରେ ଆମକୁ ଅଧିକ ବଙ୍କର ତିଆରି କରାଯିବା ଆବଶ୍ୟକ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.