ETV Bharat / bharat

ଭାଇଚାରାର ଭିନ୍ନ ଏକ ଦୃଶ୍ୟ, ଗୋଟିଏ ପେଣ୍ଡାଲରେ ଗଣେଷ ଚତୁର୍ଥୀ ଓ ମହରମ ଉତ୍ସବ - Ganesh Chaturthi

ଭାଇଚାରାର ଭିନ୍ନ ଏକ ନିଦର୍ଶନ। କର୍ଣ୍ଣାଟକର ଏକ ଆଦର୍ଶ ଗ୍ରାମ, ଯେଉଁଠି ଉଭୟ ହିନ୍ଦୁ ଓ ମୁସଲିମ ଭାଇ ଭଉଣୀ ଏକାଠି ହୋଇ ଗୋଟିଏ ପେଣ୍ଡାଲରେ ଗଣେଷ ଚତୁର୍ଥୀ ଓ ମହରମ ଉତ୍ସବ ପାଳିଛନ୍ତି।

ଭାଇଚାରାର ଭିନ୍ନ ଏକ ଦୃଶ୍ୟ, ଗୋଟିଏ ପେଣ୍ଡାଲରେ ମନାଗଲା ଗଣେଷ ଚତୁର୍ଥୀ ଓ ମୁହରମ

author img

By

Published : Aug 28, 2020, 11:39 AM IST

Updated : Aug 28, 2020, 11:54 AM IST

ହୁବଲି: ଭାଇଚାରାର ଭିନ୍ନ ଏକ ନିଦର୍ଶନ। ଏଠି ସାମ୍ପ୍ରଦାୟିକତା ବିବାଦ ନାହିଁ, ହିନ୍ଦୁ ଓ ମୁସଲିମ ଭିତରେ ମତ ପାର୍ଥକ୍ୟ ନାହିଁ। ସତେ ଯେମିତି ସମସ୍ତେ ଗୋଟିଏ ସୂତା ଖିଅରେ ବନ୍ଧା। ତେବେ ଯେଉଁଠି ଆତ୍ମାର ମିଳନ ହୋଇଛି ସେଠି ଭଗବାନ ବା ଅଲଗା କେମିତି ହେବେ। ଖାସ୍ ସେଥିପାଇଁ ପରମ୍ପରା,ରୀତିନୀତିର ଉର୍ଦ୍ଧ୍ବକୁ ଯାଇ ଏଠାକାର ଲୋକମାନେ ଗୋଟିଏ ଛାତ ତଳେ ଉଭୟ ଧର୍ମର ଭଗବାନଙ୍କୁ ପୂଜା କରୁଛନ୍ତି।

ଆମେ କହୁଛୁ ଆପଣଙ୍କୁ କର୍ଣ୍ଣାଟକର ଏକ ଆଦର୍ଶ ଗ୍ରାମ କଥା। ଯେଉଁ ଗ୍ରାମରେ ରହୁଥିବା ଉଭୟ ହିନ୍ଦୁ ଓ ମୁସଲିମ ଭାଇ ଭଉଣୀ ସାରା ଦେଶ ପାଇଁ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଧରୱାଡ ଜିଲ୍ଲାର ହୁବଲିର ବିଡନାଲ ଅଞ୍ଚଳର ବାସିନ୍ଦା ଗଣେଶ ଚତୁର୍ଥୀ ଓ ମହରମ ପାଳନ କରନ୍ତି । ଏବଂ ଯେତେବେଳେ ଉଭୟ ପର୍ବର ତାରିଖ ସମକକ୍ଷ ହୁଏ ସେତେବେଳେ ସମାନ 'ପେଣ୍ଡାଲ' ଏହି ଦୁଇ ପର୍ବ ପାଳନ କରାଯାଏ।

ଗଣମାଧ୍ୟମକୁ ସୂଚନା ଦେଇ ମୌଲାନା ଜାକିର କାଜି କହିଛନ୍ତି, ଯେ ଗଣେଶ ଚତୁର୍ଥୀ ଏବଂ ମହରମ ତାରିଖ ପ୍ରତ୍ୟେକ 33-35 ବର୍ଷରେ ସମକକ୍ଷ ହୋଇଥାଏ। "ଏହି ଗାଁରେ କେହି ହିନ୍ଦୁ କିମ୍ବା ମୁସଲମାନ ନୁହଁନ୍ତି, ସମସ୍ତେ ଏକାଠି ହୁଅନ୍ତି। ଆମେ ସମସ୍ତେ ଇଶ୍ବରଙ୍କ ସନ୍ତାନ। ଏକତ୍ର ଉତ୍ସବ ପାଳନ କରିବାର ଅଭ୍ୟାସ ଲୋକଙ୍କ ହୃଦୟରେ ପ୍ରେମ ଏବଂ ଏକତାର ଭାବନା ସୃଷ୍ଟି କରେ। ଉଭୟଙ୍କ ଲୋକ ସମ୍ପ୍ରଦାୟମାନେ ଏଠାରେ ସମାନ ଭକ୍ତି ସହିତ ସେମାନଙ୍କର ପର୍ବ ପାଳନ କରନ୍ତି ।

ଜଣେ ଭକ୍ତ କହିଛନ୍ତି, "ଏହା ପୂର୍ବରୁ ମଧ୍ୟ କରାଯାଇଥିଲା, ଆମେ ପରମ୍ପରାକୁ ଆଗକୁ ନେଉଛୁ। ଏହି ଦୁଇଟି ପର୍ବ ପାଳନ କରିବା ପାଇଁ ଆମେ ପିଲାଦିନେ ଏକାଠି ହୋଇଥିଲୁ। ଏଠାରେ ଲୋକମାନେ ସମାନ ପେଣ୍ଡାଲରେ ମହରମ ଏବଂ ଗଣେଶ ପୂଜାକୁ ବହୁତ ଆନନ୍ଦରେ ପାଳନ କରିଥିଲେ। ଆଗକୁ ମଧ୍ୟ ଏହି ପରମ୍ପରା ଜାରି ରହିବ " ବୋଲି ସେ କହିଛନ୍ତି।

Last Updated : Aug 28, 2020, 11:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.