ନୂଆଦିଲ୍ଲୀ: 2027 ବେଳକୁ ଜନସଂଖ୍ୟା ମାମଲାରେ ଚୀନକୁ ପଛରେ ପକାଇବ ଭାରତ । ବିଶ୍ବରେ ବୃହତ ଜନବହୁଳ ଭାବେ ଭାରତ ଉଭା ହୋଇପାରେ । 2050 ମଧ୍ୟରେ 27.0 କୋଟି ଲୋକସଂଖ୍ୟା ବୃଦ୍ଧି ହେବା ନେଇ ଜାତିସଂଘର ଏକ ରିପୋର୍ଟରୁ ଜଣାପଡିଛି।
ସଂଯୁକ୍ତରାଷ୍ଟ୍ରର ଆର୍ଥିକ ଓ ସାମାଜିକ ମାମଲାର ବିଭାଗ ପପୁଲେସନ ଡିଭିଜନର ‘ଦ ୱାଲ୍ଡ ପପୁଲେଶନ ପ୍ରୋସ୍ପେକ୍ଟ ୨୦୧୯: ହାଇଲାଇଟ୍ସ’ ରେ ଏ ରିପୋର୍ଟ ପ୍ରକାଶିତ ହୋଇଛି । ଏହି ରିପୋର୍ଟ ଅନୁଯାୟୀ, ଆଗାମୀ 30 ବର୍ଷ ଭିତରେ ବିଶ୍ବର ଜନସଂଖ୍ୟା ଦୁଇ ବିଲିୟନ ବଢିବାର ସମ୍ଭାବନ ରହିଛି । ଏପରିକି 2015 ସୁଦ୍ଧା 7.7 ବିଲିୟନ ବୃଦ୍ଧି ପାଇଁ 9.7 ପର୍ଯ୍ୟନ୍ତ ବଢିବାର ଆଶଙ୍କା କରାଯାଉଛି ।
ଏହି ଅଧ୍ୟାୟନ ଅନୁଯାୟୀ, ବିଶ୍ବର ଜନସଂଖ୍ୟା ଏହି ଶତାବ୍ଦୀର ଶେଷ ଯାଏଁ, ପାଖାପାଖି 11 ବିଲିୟନ ଅତିକ୍ରମ କରିପାରେ। ତେବେ ଜାରି ହୋଇଥିବା ରିପୋର୍ଟରେ 2050 ପର୍ଯ୍ୟନ୍ତ ଆନୁମାନିକ ବିଶ୍ୱର ଜନସଂଖ୍ୟା ବୃଦ୍ଧି ମଧ୍ୟରେ ଭାରତ ସହ ଆଉ 8ଟି ଦେଶ ରହିଛି । ନାଇଜେରିଆ, ପାକିସ୍ତାନ, ଡେମୋକ୍ରେଟିକ ରିପବ୍ଲିକ ଅଫ କାଙ୍ଗେ, ଇଥୋପିଆ ଭଳି ଦେଶ ସାମିଲ ଅଛି ।
ସୂଚନାଯୋଗ୍ୟ, 2 ବର୍ଷପୂର୍ବେ ଜାତିସଂଘ ପକ୍ଷରୁ ଜାରି ହୋଇଥିବା ଜନସଂଖ୍ୟା ରିପୋର୍ଟରେ କୁହାଯାଇଥିଲା 2024 ପର୍ଯ୍ୟନ୍ତ ଭାରତର ଜନସଂଖ୍ୟା ଚୀନକୁ ଟପିଯାଇପାରେ। ତେବେ ବର୍ତ୍ତମାନ ଚୀନର ଜନସଂଖ୍ୟା 143 କୋଟି ଥିବା ବେଳେ ଭାରତର 137 କୋଟି । ଏହି ଦୁଇ ଦେଶ ଦୀର୍ଘ ସମୟ ଧରି ବିଶ୍ବର ସବୁଠାରୁ ଅଧିକ ଜନସଂଖ୍ୟା ଭାବେ ଜଣା ।