ETV Bharat / bharat

‘ଭାରତ ବିରୋଧୀ ଭାବନାକୁ ସ୍ବୀକାର କରିବି ନାହିଁ ’

author img

By

Published : Dec 8, 2019, 12:11 PM IST

କୌଣସି ପ୍ରକାର ଭାରତ ବିରୋଧୀ ଭାବନାକୁ ସ୍ବୀକାର କରିବେ ନାହିଁ ବୋଲି କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ। ଏହା ସହିତ ନୂଆ ଭାରତର ଗଠନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆବଶ୍ୟକୀୟ ସହାୟତା କରିବେ ବୋଲି କହିଛନ୍ତି ସେ।

uk-pm-boris-johnson
ଫାଇଲ ଫଟୋ

ଲଣ୍ଡନ: ଭାରତ ଏବଂ ହିନ୍ଦୁ ବିରୋଧୀ ଭାବନାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ। କୌଣସି ପ୍ରକାର ଭାରତ ବିରୋଧୀ ଭାବନାକୁ ସ୍ବୀକାର କରିବେ ନାହିଁ ବୋଲି କହିଛନ୍ତି ସେ। ଏହା ସହିତ ସୀମା ପାର ଆତଙ୍କବାଦ ପ୍ରସଙ୍ଗରେ ଭାରତକୁ ସମର୍ଥନ କରିଛନ୍ତି ପ୍ରଧାନମନ୍ତ୍ରୀ ଜନସନ।

ଶନିବାର ଏକ ଗଣମାଧ୍ୟମକୁ ସାକ୍ଷାତକାରରେ ବ୍ରିଟେନ ପ୍ରଧାନମନ୍ତ୍ରୀ କହିଛନ୍ତି,‘ମୁଁ ସମ୍ପୁର୍ଣ୍ଣ ଭାବରେ ଭାରତ ସପକ୍ଷରେ ଅଛି। ନୂଆ ଭାରତର ଗଠନ ପାଇଁ ବ୍ରିଟେନ ସରକାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେବେ। ଏହା ସହିତ ବ୍ରିଟେନର ସାଧାରଣ ନିର୍ବାଚନରେ ସେ ବିଜୟୀ ହେଲେ ଭାରତ ଗସ୍ତ କରିବା ସହ ବ୍ରିଟେନ ସହ ଥିବା ସମ୍ବନ୍ଧକୁ ଆହୁରି ମଜବୁତ କରିବା ଦିଗରେ କାର୍ଯ୍ୟ କରିବେ। ’

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭାରତ ସହ ଖୁବ ଭଲ ସମ୍ପର୍କ ରହିଛି। ପୂର୍ବରୁ ସେ ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.