ETV Bharat / bharat

ଭାରତ-ଚୀନ ସୀମା ବିବାଦ ଅତ୍ୟନ୍ତ ଗମ୍ଭୀର, ଚିନ୍ତାଜନକ: ବ୍ରିଟେନ ପ୍ରଧାନମନ୍ତ୍ରୀ

author img

By

Published : Jun 25, 2020, 4:36 PM IST

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଭାରତ-ଚୀନ ମଧ୍ୟରେ ଜାରି ବିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଏହି ବିବାଦକୁ ସେ ଅତ୍ୟନ୍ତ ଗମ୍ଭୀର ଏବଂ ଚିନ୍ତାଜନକ ବୋଲି କହିଛନ୍ତି ।

ବ୍ରିଟେନ ପ୍ରଧାନମନ୍ତ୍ରୀ
ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ: ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ମଧ୍ୟରେ ଜାରି ଉତ୍ତେଜନାମୂଳକ ପରିସ୍ଥିତି ଉପରେ ଏବେ ପୁରା ବିଶ୍ବର ନଜର ରହିଛି । ଏହି ବିବାଦର ସମାଧାନ ପାଇଁ ଭାରତ-ଚୀନକୁ ଶାନ୍ତିପୂର୍ଣ୍ଣ ଆଲୋଚନା କରିବାକୁ ପରାମର୍ଶ ଦେଉଛନ୍ତି ଅନେକ ଦେଶ । ଇତି ମଧ୍ୟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଭାରତ-ଚୀନ ମଧ୍ୟରେ ଜାରି ବିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଏହି ବିବାଦକୁ ସେ ଅତ୍ୟନ୍ତ ଗମ୍ଭୀର ଏବଂ ଚିନ୍ତାଜନକ ବୋଲି କହିଛନ୍ତି । ଏହା ସହିତ ଭାରତ ଏବଂ ଚୀନକୁ ନିଜ ସୀମା ବିବାଦର ସମାଧାନ ପାଇଁ ଆଲୋଚନା କରିବାକୁ ଆହ୍ବାନ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ।

ତେବେ ବ୍ରିଟେନ ଏହି ସ୍ଥିତି ଉପରେ ନଜର ରଖିଥିବା ବୋରିସ କହିଛନ୍ତି । ହାଉସ ଅଫ କମନ୍ସରେ ବୁଧବାର ସାପ୍ତାହିକ 'ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ' କାର୍ଯ୍ୟକ୍ରମ ସମୟରେ ବୋରିସଙ୍କୁ କଞ୍ଜରଭେଟିଭ ପାର୍ଟିର ସାଂସଦ ଭାରତ-ଚୀନ ବିବାଦକୁ ନେଇ ପ୍ରଶ୍ନ କରିଥିଲେ । ଭାରତ-ଚୀନର ଏହି ବିବାଦରୁ ବ୍ରିଟେନ ଉପରେ କଣ ପ୍ରଭାବ ପଡିବ ବୋଲି ତାଙ୍କୁ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତରରେ ବୋରିସ କହିଥିଲେ, ଲଦାଖରେ ଭାରତ-ଚୀନ ମଧ୍ୟରେ ଉପୁଜିଥିବା ବିବାଦ ଅତ୍ୟନ୍ତ ଗମ୍ଭୀର ଏବଂ ଚିନ୍ତାଜନକ । ଏହା ଉପରେ ବ୍ରିଟେନର ନଜର ରହିଛି । ଆମେ ଉଭୟ ଦେଶକୁ ସୀମା ବିବାଦର ସମାଧାନ ଆଲୋଚନା ଜରିଆରେ କରିବାରୁ ପ୍ରେରିତ କରୁଛୁ ବୋଲି ବ୍ରିଟେନ ପ୍ରଧାନମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଜୁନ 15 ତାରିଖରେ ଲଦାଖର ଗଲୱାନ ଘାଟିରେ ଭାରତ ଏବଂ ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଭାରତର 20 ଜଣ ଯବାନ ଶହୀଦ ହୋଇଥିବା ବେଳେ ଚୀନର 35 ଜଣ ସୈନିକ ନିହତ ହୋଇଥିଲେ । ତେବେ ଏହି ବିବାଦର ସମାଧାନ ପାଇଁ ବୁଧବାର ଭାରତ ଏବଂ ଚୀନ ମଧ୍ୟରେ କୂଟନୈତିକ ସ୍ତରରେ ଆଲୋଚନା ହୋଇଥିଲା । ବିଭିନ୍ନ ସ୍ତରରେ ଆଲୋଚନା କରି ଏହାର ସମାଧାନ କରିବାକୁ ଉଭୟ ପକ୍ଷ ପ୍ରସ୍ତୁତ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.