ETV Bharat / bharat

ମହାରାଷ୍ଟ୍ର ହେବ କର୍ଣ୍ଣାଟକ ପାର୍ଟ-2 !

କର୍ଣ୍ଣାଟକ ପାର୍ଟ-2 ପାଲଟିଛି ମହାରାଷ୍ଟ୍ର ରାଜନୀତି । ବିଜେପିର ବିଏସ ଯେଦୁରାପ୍ପା ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ପାରମ୍ପରିକ ବିରୋଧୀ କଂଗ୍ରେସ ଏବଂ ଜେଡିଏସ ହାତ ମିଶାଇଥିଲେ । ଠିକ ସେହିପରି ମହାରାଷ୍ଟ୍ରରେ ମଧ୍ୟ  ମୁଖ୍ୟମନ୍ତ୍ରୀ ଗାଦି ପାଇଁ ପାରମ୍ପରିକ ବିରୋଧୀ ଏନସିପି ଏବଂ କଂଗ୍ରେସ ସହ ହାତ ମିଶାଇଛି ଶିବସେନା ।

author img

By

Published : Nov 27, 2019, 12:20 PM IST

uddhav-thackeray
ଫାଇଲ ଫଟୋ

ମୁମ୍ବାଇ: ପ୍ରାୟ ଦେଢବର୍ଷ ପୂର୍ବେ କର୍ଣ୍ଣାଟକରେ ଗାଦି ପାଇଁ ଯେପରି ଖେଳ ଖେଳାଯାଇଥିଲା, ମହାରାଷ୍ଟ୍ରରେ ତାକୁ ଦୋହରାଯାଇଛି । କର୍ଣ୍ଣାଟକ ପାର୍ଟ-2 ପାଲଟିଛି ମହାରାଷ୍ଟ୍ର ରାଜନୀତି । ବିଜେପିର ବିଏସ ଯେଦୁରାପ୍ପା ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ପାରମ୍ପରିକ ବିରୋଧୀ କଂଗ୍ରେସ ଏବଂ ଜେଡିଏସ ହାତ ମିଶାଇଥିଲେ । ଠିକ ସେହିପରି ମହାରାଷ୍ଟ୍ରରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗାଦି ପାଇଁ ପାରମ୍ପରିକ ବିରୋଧୀ ଏନସିପି ଏବଂ କଂଗ୍ରେସ ସହ ହାତ ମିଶାଇଛି ଶିବସେନା । ଯାହା ଫଳରେ ମାତ୍ର 80 ଘଣ୍ଟା ମଧ୍ୟରେ ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଛି ।

ତେବେ କର୍ଣ୍ଣାଟକରେ ଯେପରି ତାଳମେଳ ନରହି ମେଣ୍ଟ ସରକାର ଗଠନ ହୋଇଥିଲା, ମହାରାଷ୍ଟ୍ରରେ ମଧ୍ୟ ସେପରି ହୋଇଥିବା ବିଜେପି ନେତା ଦାବି କରୁଛନ୍ତି । ଏହି ସରକାରର ସ୍ଥିରତା ନେଇ ପ୍ରଶ୍ନ କରିଛି ବିଜେପି। ଦେବେନ୍ଦ୍ର ଫଡନାଭିସ ମଧ୍ୟ ଇସ୍ତଫା ଦେବା ସମୟରେ ମେଣ୍ଟ ସରକାରର ଭବିଷ୍ୟବାଣୀ କରିଛନ୍ତି । ‘ତିନି ଚକିଆ ସରକାର ଦୀର୍ଘ ଦିନ ତିଷ୍ଟି ପାରିବ ନାହିଁ । କାରଣ ସେମାନଙ୍କର ଚିନ୍ତାଧାରା ଭିନ୍ନ ଭିନ୍ନ ହେବ’ ବୋଲି ସେ କହିଛନ୍ତି ।

ସେହିପରି ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି, ବିଜେପିକୁ ଶାସନ କ୍ଷମତାରୁ ଦୂରେଇ ରଖିବା ପାଇଁ କଂଗ୍ରେସ କର୍ଣ୍ଣାଟକରେ ଏଭଳି ଏକ ଖେଳ ଖେଳିଥିଲା । କିନ୍ତୁ ତାହା ସମ୍ପୁର୍ଣ୍ଣ ରୂପରେ ବିଫଳ ହୋଇଥିଲା । ଏବେ ମହାରାଷ୍ଟ୍ରରେ ମଧ୍ୟ କଂଗ୍ରେସ ଏନସିପି ସହ ମିଶି ଏହି ଖେଳ ଖେଳୁଛି । ଯାହାକୁ ଉଦ୍ଧବ ଠାକରେ ବୁଝିପାରୁନାହାନ୍ତି । ଏହାର ପରିଣାମ ଶିବସେନାକୁ ଭୋଗିବାକୁ ପଡିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, 2018 ମେ ମାସରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ଆସିଥିଲା । ଏଠାରେ ବିଜେପି ସର୍ବ ବୃହତ ଦଳ ଭାବରେ ଉଭା ହୋଇଥିଲା । କିନ୍ତୁ କଂଗ୍ରେସ ବିଜେପିକୁ ଗାଦିଚ୍ୟୁତ କରିବା ପାଇଁ ଜେଡିଏସର କୁମାରସ୍ବାମୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ଅଫର କରିଥିଲା ଏବଂ ଜେଡିଏସ ସହ ମେଣ୍ଟ କରିଥିଲା । ତେବେ ସର୍ବ ବୃହତ ଦଳ ଭାବରେ ରାଜ୍ୟପାଳ ବିଜେପିର ୟେଦୁରାପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ ଏବଂ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ଆବଶ୍ୟକୀୟ ସମୟ ଦେଇଥିଲେ । ସେପଟେ କଂଗ୍ରେସ-ଜେଡିଏସ ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୋଧରେ କୋର୍ଟ ଯାଇଥିଲେ ।

କୋର୍ଟ 24 ଘଣ୍ଟା ମଧ୍ୟରେ ୟେଦୁରାପ୍ପାଙ୍କୁ ସଦନରେ ସଂଖ୍ୟାଗରିଷ୍ଠତା ସାବ୍ୟସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାପରେ ୟେଦିୟୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା । ଏହାପରେ କୁମାରସ୍ବାମୀ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେଲେ । କିନ୍ତୁ ଏହି ସରକାର ଦୀର୍ଘ ଦିନ ତିଷ୍ଟି ପାରିନଥିଲା । 2019 ଜୁଲାଇ ମାସରେ ମେଣ୍ଟରେ ଫାଟ ସୃଷ୍ଟି ହୋଇଥିଲା । କଂଗ୍ରେସ ଏବଂ ଜେଡିଏସର କିଛି ବିଧାୟକ ବିଦ୍ରୋହ କରିବା ଫଳରେ ମେଣ୍ଟ ସରକାର ଭାଙ୍ଗି ଯାଇଥିଲା ଏବଂ ୟେଦୁରାପ୍ପା ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.