ETV Bharat / bharat

ବାତ୍ୟା ‘ନିସର୍ଗ’: ଦୁଇ ଦିନରେ କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବାକୁ ଉଦ୍ଧବ ଠାକରେଙ୍କ ନିର୍ଦ୍ଦେଶ

author img

By

Published : Jun 5, 2020, 10:26 AM IST

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗୁରୁବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାଇକ୍ଲୋନ ନିସର୍ଗ ଦ୍ବାରା ହୋଇଥିବା କ୍ଷୟକ୍ଷତିର ଆକଳନ କରିଛନ୍ତି । ଦୁଇ ଦିନ ମଧ୍ୟରେ କ୍ଷୟକ୍ଷତିର ରିପୋର୍ଟ ଦାଖଲ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହ କୃଷକ ଓ ଗ୍ରାମବାସୀଙ୍କ କ୍ଷେତ୍ରରେ ଶୀଘ୍ର ସହାୟତା ଯୋଗାଣ ସୁନିଶ୍ଚିତ କରିବାକୁ ସେ କହିଛନ୍ତି । ଅଧିକ ପଢନ୍ତୁ...

ସାଇକ୍ଲୋନ ନିସର୍ଗ: ଦୁଇ ଦିନରେ କ୍ଷୟକ୍ଷତିର ରିପୋର୍ଟ ଦାଖଲ କରିବାକୁ ଉଦ୍ଧବ ଠାକରେଙ୍କ ନିର୍ଦ୍ଦେଶ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗୁରୁବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାଇକ୍ଲୋନ ନିସର୍ଗ ଦ୍ବାରା ହୋଇଥିବା କ୍ଷୟକ୍ଷତିର ଆକଳନ କରିଛନ୍ତି । ଦୁଇ ଦିନ ମଧ୍ୟରେ କ୍ଷୟକ୍ଷତିର ରିପୋର୍ଟ ଦାଖଲ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହ କୃଷକ ଓ ଗ୍ରାମବାସୀଙ୍କ କ୍ଷେତ୍ରରେ ଶୀଘ୍ର ସହାୟତା ଯୋଗାଣ ସୁନିଶ୍ଚିତ କରିବାକୁ ସେ କହିଛନ୍ତି ।

ଭିଡିଓ କନଫରେନ୍ସିଂ ବୈଠକରେ ଉଦ୍ଧବ ଠାକରେଙ୍କ ବ୍ୟତୀତ ରାଜସ୍ବ ମନ୍ତ୍ରୀ ବାଲାସାହେବ ଥୋରାଟ, ମୁମ୍ବାଇ ଉପାନ୍ତ ଅଞ୍ଚଳର ମନ୍ତ୍ରୀ ଆଦିତ୍ୟ ଠାକରେ, ସହରାଞ୍ଚଳ ବିକାଶ ମନ୍ତ୍ରୀ ଏକନାଥ ସିନ୍ଦେ, ପରିବହନ ମନ୍ତ୍ରୀ ଅନୀଲ ପାରାବ ଓ ମୁଖ୍ୟ ସଚିବ ଅଜୟ ମେହେଟ୍ଟା ମଧ୍ୟ ଉପସ୍ଥିତ ଥିଲେ ।

ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ 6ଜଣ ପ୍ରାଣ ହରାଇଥିବା ବେଳେ ସେମାନଙ୍କ ପରିବାରକୁ 4 ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସେ ରାଇଗଡ ଜିଲ୍ଲାରେ ବିଦ୍ୟୁତ ସେବା ଶୀଘ୍ର ତ୍ବରାନ୍ବିତ କରିବା ପାଇଁ ଅଧିକାରୀମାନଙ୍କୁ ଆଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ରାଇଗଡର ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡିବାରୁ ବିଦ୍ୟୁତ ଯୋଗାଣରେ ବାଧା ସୃଷ୍ଟି ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.