ETV Bharat / bharat

ମହା ବିକାଶ ଅଘାଡି ସରକାରକୁ 100 ଦିନ, ଅଯୋଧ୍ୟା ଯିବେ ଠାକରେ ପରିବାର - Ram temple in Ayodhya

ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ସରକାରକୁ ପୁରିଛି 100 ଦିନ । ଏହି ଅବସରରେ ଅଯୋଧ୍ୟା ଯାଇ ପ୍ରଭୁ ରାମଙ୍କୁ ସପରିବାରେ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଅଧିକ ପଢନ୍ତୁ...

Uddhav Thackeray
ମହା ବିକାଶ ଅଘାଡି ସରକାରକୁ 100 ଦିନ, ଅଯୋଧ୍ୟା ଯିବେ ଠାକରେ ପରିବାର
author img

By

Published : Mar 7, 2020, 12:32 PM IST

ଲକ୍ଷ୍ନୌ: ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ସରକାରକୁ ପୁରିଲା 100 ଦିନ । ଏହି ଅବସରରେ ଅଯୋଧ୍ୟା ଯାଇ ପ୍ରଭୁ ରାମଙ୍କୁ ସପରିବାରେ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଆଜି ଅପରାହ୍ନ 4.30ରେ ଠାକରେ ପରିବାର ସହ ପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ଏନେଇ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ 5 ଦିନ ହେବ ଉତ୍ତରପ୍ରଦେଶରେ ରହି ସମସ୍ତ କାର୍ଯ୍ୟର ତଦାରଖ କରୁଛନ୍ତି । ଏହାସହ ଶିବସେନାର କିଛି କର୍ମୀ ମାନେ ମଧ୍ୟ ଉତ୍ତରପ୍ରଦେଶରେ ଡେରା ପକାଇଛନ୍ତି ।

ଠାକରେ ଲକ୍ଷ୍ନୌ ଦେଇ ଅଯୋଧ୍ୟାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସେହିପରି ସେଠାରେ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିପାରନ୍ତି ବୋଲି ସୂଚନା ମିଳିଛି ।

ସୂଚନାଥାଉକି, 2019 ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଶିବସେନା, ଏନସିପି ଓ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିଛନ୍ତି । ନଭେମ୍ବର 28 ତାରିଖରେ ଏହି ମିଳିତ ସରକାରର ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକରେ ଶପଥ ନେଇଥିଲେ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.