ETV Bharat / bharat

ରାଜ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆଦିତ୍ୟ ଠାକରେ - uddhav thackeray cabinet expansion

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ମିଳିଲା ମନ୍ତ୍ରୀପଦ । ରାଜ୍ୟମନ୍ତ୍ରୀ ଭାବରେ ସେ ଆଜି ଶପଥ ଗ୍ରହଣ କରିଛନ୍ତି।

aditya-thakrey
ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Dec 30, 2019, 11:44 AM IST

Updated : Dec 30, 2019, 2:32 PM IST

ମୁମ୍ବାଇ: ଉଦ୍ଧବ ଠାକରେଙ୍କ ନେତୃତ୍ବରେ ମହାରାଷ୍ଟ୍ରରେ ସରକାର ଗଠନ ହେବାର ପ୍ରାୟ ମାସେ ପରେ ଆଜି ପ୍ରଥମ ଥର କ୍ୟାବିନେଟ ସମ୍ପ୍ରସାରଣ ହୋଇଛି । ଏହି କ୍ୟାବିନେଟ ସମ୍ପ୍ରସାରଣରେ ମହା ବିକାଶ ଅଘାଡି ମେଣ୍ଟରେ ସାମିଲ ଥିବା ଶିବସେନା, ଏନସିପି ଓ କଂଗ୍ରେସର ୩୬ ଜଣ ବିଧାୟକ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ମଧ୍ୟ ମନ୍ତ୍ରୀପଦ ମିଳିଛି । ଆଦିତ୍ୟ ଠାକରେ ରାଜ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଭଗତ ସିଂହ କୋଶିଆରୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଆଦିତ୍ୟ ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଚଳିତ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ମୁମ୍ବାଇର ଓ୍ବର୍ଲି ଆସନରୁ ବିଜୟୀ ହୋଇଥିଲେ। ମନ୍ତ୍ରୀ ପଦ ମିଳିବା ପରେ ସେ ରାଜ୍ୟର ସର୍ବକନିଷ୍ଠ ମନ୍ତ୍ରୀ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

Intro:Body:

blank

Conclusion:
Last Updated : Dec 30, 2019, 2:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.