ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଉଦ୍ଧବ ଠାକରେ ପ୍ରଥମ ଥର ମୋଦିଙ୍କୁ ସାକ୍ଷାତ କରିବା ପାଇଁ ଦିଲ୍ଲୀ ଯିବେ । ଗତବର୍ଷ ହିଁ ବିଜେପି ଓ ଶିବସେନା ମଧ୍ୟରେ ଥିବା ଭାଇ-ଭାଇ ସମ୍ପର୍କ ଭାଙ୍ଗିଥିଲା ।
ମହାରାଷ୍ଟ୍ର ନିର୍ବାଚନ ସମୟରେ ଏକାଠି ଲଢିଥିଲେ ଦୁଇ ଦଳ । ମାତ୍ର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଉଭୟ ଦଳ ମଧ୍ୟରେ ଦେଖାଦେଇଥିଲା ମତାନ୍ତର । ଏହାପରେ ଶିବସେନା କଂଗ୍ରେସ ଓ ଏନସିପି ସହ ମିଶି ସରକାର ଗଠନ କରିଥିଲା । ତେବେ ପ୍ରଥମ ଥର ଠାକରେ ପରିବାରର ଜଣେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି ।