ETV Bharat / bharat

କୋରୋନା ଭୟ: ଦିଲ୍ଲୀରେ ମାର୍ଚ୍ଚ 31 ପର୍ଯ୍ୟନ୍ତ ଓଲା-ଉବେର ସେବା ବନ୍ଦ

author img

By

Published : Mar 23, 2020, 11:58 AM IST

ମାରାତ୍ମକ ରୂପ ନେବାକୁ ବସିଲାଣି କୋରୋନା ଭାଇରସ । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଲକ ଡାଉନ ଘୋଷଣା କରାଯାଇଛି । ଏଥିସହ ଆସନ୍ତା ମାର୍ଚ୍ଚ 31 ପର୍ଯ୍ୟନ୍ତ ଦିଲ୍ଲୀରେ ଓଲା ଏବଂ ଉବେର ସେବା ଉପଲବ୍ଧ ହେବ ନାହିଁ ।

coronavirus updates
ଦିଲ୍ଲୀରେ ମାର୍ଚ୍ଚ 31 ପର୍ଯ୍ୟନ୍ତ ଓଲା ଏବଂ ଉବେର ସେବା ବନ୍ଦ

ନୂଆଦିଲ୍ଲୀ: ମାରାତ୍ମକ ରୂପ ନେବାକୁ ବସିଲାଣି କୋରୋନା ଭାଇରସ । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଲକ ଡାଉନ ଘୋଷଣା କରାଯାଇଛି । ଏଥିସହ ଆସନ୍ତା ମାର୍ଚ୍ଚ 31 ପର୍ଯ୍ୟନ୍ତ ଦିଲ୍ଲୀରେ ଓଲା ଏବଂ ଉବେର ସେବା ଉପଲବ୍ଧ ହେବ ନାହିଁ ।

ଦିଲ୍ଲୀ ସରକାର ରବିବାର କହିଛନ୍ତି ଯେ, ମାର୍ଚ୍ଚ 23 ରୁ 31 ପର୍ଯ୍ୟନ୍ତ ଦିଲ୍ଲୀ ଲକଡାଉନ ରହିବ । ଯେଉଁଥିରେ ଘରୋଇ ବସ୍, ଟ୍ୟାକ୍ସି ଏବଂ ଅଟୋରିକ୍ସା ସମେତ କୌଣସି ସାଧାରଣ ପରିବହନ ଚଳାଚଳ ହେବନାହିଁ ।

କୋରୋନା ଭାଇରସକୁ ବ୍ୟାପିବାରୁ ରୋକିବା ପାଇଁ ଉବେର କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ପାଳନ କରୁଥିବା ଉବେର ମୁଖପାତ୍ର କହିଛନ୍ତି । ସେହିପରି ଓଲା ମୁଖପାତ୍ର କହିଛନ୍ତି ଯେ COVID-19 ର ସଂକ୍ରମଣକୁ ରୋକିବା ପାଇଁ ଜରୁରୀକାଳିନ ସେବା ଛଡା ଅନ୍ୟ ସ୍ଥାନରେ ଓଲା ସେବା ଉପଲବ୍ଧ ରହିବ ନାହିଁ ।

ପ୍ରକାଶ ଥାଉକି, ସମଗ୍ର ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 415ରୁ ଉର୍ଦ୍ଦ୍ବ ପହଞ୍ଚିଛି । ସେଥିମଧ୍ୟରେ ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା 30ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ସେମାନଙ୍କ ମଧ୍ୟରୁ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.