ETV Bharat / bharat

‘ସାମ୍ବାଦିକଙ୍କ ନାଁରେ ଉପା ମାମଲା ଅସାମ୍ବିଧାନିକ’ - UAPA

ସୋସିଆଲ ମିଡିଆ ବ୍ୟବହାର ପାଇଁ ସାମ୍ବାଦିକଙ୍କ ଉପରେ ବେଆଇନ କାର୍ଯ୍ୟକଳାପ ଆଇନ(ଉପା) ମାମଲା ରୁଜୁ କରିବା ସାମ୍ବାଦିକ ସ୍ବାଧିନତାକୁ କ୍ଷୁର୍ଣ୍ଣ କରୁଥିବା ଆଇନ ବିଶେଷଜ୍ଞ ସୂଚନା ଦେଇଛନ୍ତି ।

UAPA on journalists
ସାମ୍ବାଦିକଙ୍କ ନାଁରେ ଉପା
author img

By

Published : Apr 23, 2020, 1:14 PM IST

ଶ୍ରୀନଗର: ସୋସିଆଲ ମିଡିଆ ବ୍ୟବହାର ପାଇଁ ସାମ୍ବାଦିକଙ୍କ ଉପରେ ବେଆଇନ କାର୍ଯ୍ୟକଳାପ ଆଇନ(ଉପା) ମାମଲା ରୁଜୁ କରିବା ସାମ୍ବାଦିକ ସ୍ବାଧିନତାକୁ କ୍ଷୁର୍ଣ୍ଣ କରୁଥିବା ଆଇନ ବିଶେଷଜ୍ଞ ସୂଚନା ଦେଇଛନ୍ତି ।

ସାମ୍ବାଦିକ ସମେତ ପ୍ରତ୍ୟେକ ନାଗରିକଙ୍କର ଅଭିବ୍ୟକ୍ତିର ସ୍ବାଧୀନତା ହେଉଛି ଏକ ମୌଳିକ ଅଧିକାର। ସମ୍ବିଧାନ ଅନୁଯାୟୀ ସମସ୍ତେ କୌଣସି ବିଷୟରେ ବି ନିଜର ମତ ବ୍ୟକ୍ତ କରିପାରିବେ। ଆମେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମାଲୋଚନା କରିପାରିବା, ସରକାରୀ ନିଷ୍ପତ୍ତି ବିରୋଧରେ ମତାମତ ଲେଖିବା ପାରିବା ବୋଲି ଜମ୍ମୁ କାଶ୍ମୀରର ବରିଷ୍ଠ ଓକିଲ ରିୟାଜ୍ ଖୱାର ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ସାମ୍ବାଦିକତା ଗଣତନ୍ତ୍ରର ଅନ୍ୟତମ ସ୍ତମ୍ଭ ଏବଂ ଅନ୍ୟ ତିନୋଟି ସ୍ତମ୍ଭର କାର୍ଯ୍ୟ ଉପରେ ନଜର ରଖିବା ଜଣେ ସାମ୍ବାଦିକଙ୍କର କର୍ତ୍ତବ୍ୟ। ଭାରତୀୟ ସମ୍ବିଧାନର ଧାରା 19 (1) (କ) ଅନୁଯାୟୀ ସମସ୍ତ ନାଗରିକଙ୍କ ପାଖରେ ଅଭିବ୍ୟକ୍ତିର ସ୍ବାଧୀନତା ରହିଛି । ତେଣୁ ସୋସିଆଲ ମିଡିଆରେ ନିଜର ମତ ବ୍ୟକ୍ତ କରିବା ପାଇଁ ଯଦି ଗୋୱାର ଗିଲାନି, ପିରଜାଦା ଆଶିକ୍ ଏବଂ ମସରାତ୍ ଜାହରାଙ୍କୁ ଗିରଫ କରାଯାଇଛି ତେବେ ପ୍ରଶାସନର ପଦକ୍ଷେପ ଭାରତର ସମ୍ବିଧାନ ବିରୁଦ୍ଧ ଅଟେ।

UAPA ଅଧିନିୟମ ବିଷୟରେ ସେ କହିଥଲେ ଯେ, ଏହି ଆଇନ ପ୍ରଥମେ 1966 ମସିହାରେ କାର୍ଯ୍ୟକାରୀ କରାଯାଇଥିଲା। ସେହି ଦିନଠାରୁ ଏହି ଆଇନରେ ତିନିଥର ସଂଶୋଧନ କରାଯାଇଥିଲା ଏବଂ ସର୍ବଶେଷ ଅଗଷ୍ଟ 2019 ରେ ହୋଇଥିଲା। ଏହି ଆଇନ ପ୍ରକୃତରେ ଦେଶ ବିରୋଧୀ କାର୍ଯ୍ୟକଳାପକୁ ବନ୍ଦ କରିବା ପାଇଁ ଗଠିତ ହୋଇଥିଲା। ପରେ ଆତଙ୍କବାଦିଙ୍କୁ ମଧ୍ୟ ଏହି ଅଧିନିୟମରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହି ନିୟମ ଅନୁଯାୟୀ ଜଣେ ବ୍ୟକ୍ତି 3 ରୁ 5 ବର୍ଷ ଜେଲ ଦଣ୍ଡ ଭୋଗି ପାରିବେ କିମ୍ବା ଆଜୀବନ କାରାଦଣ୍ଡ ବି ହୋଇପାରିବ।

ଖୱାରଙ୍କ ଅନୁଯାୟୀ, UAPA ଅଧୀନରେ ଥିବା ଜାମିନ ବ୍ୟବସ୍ଥା ଅତ୍ୟନ୍ତ ଜଟିଳ ଏବଂ ଅନେକ ସମୟ ଓ ଶକ୍ତି ଆବଶ୍ୟକ କରିଥାଏ । ସମାନ ମତ ଜମ୍ମୁ କାଶ୍ମୀର ହାଇକୋର୍ଟର ଓକିଲ ଶବୀର ପିଙ୍ଗା ମଧ୍ୟ ଅନୁଭବ କରିଛନ୍ତି । ସାମ୍ବାଦିକଙ୍କ ଉପରେ UAPA ପ୍ରଶାସନ ଦ୍ବାରା ନିଆଯାଇଥିବା ଏକ ନିଷ୍ଠୁର ପଦକ୍ଷେପ।

ସମସ୍ତଙ୍କ ପରି ସାମ୍ବାଦିକମାନେ ମଧ୍ୟ ନିଜର ମତ ପ୍ରକାଶ କରିପାରନ୍ତି। ସମାଜରେ ଭୁଲ ଦର୍ଶାଇବା ପାଇଁ ସେମାନଙ୍କର ଅତିରିକ୍ତ ଦାୟିତ୍ବ ରହିଛି। ସେମାନେ ସରକାର, କୋର୍ଟ କିମ୍ବା ରାଜନେତାଙ୍କ ନିଷ୍ପତ୍ତିକୁ ସମାଲୋଚନା କରିପାରିବେ। ଦେଶବିରୋଧୀ କାର୍ଯ୍ୟକଳାପରେ ଜଡିତ ବ୍ୟକ୍ତିଙ୍କ ପାଇଁ UAPA ଅଟେ ଏବଂ ଜଣେ ବୃତ୍ତିଗତ ସାମ୍ବାଦିକ ଏଭଳି କାର୍ଯ୍ୟରେ ଲିପ୍ତ ରହିପାରନ୍ତି ବୋଲି ପିଙ୍ଗା ଇଟିଭି ଭାରତଙ୍କୁ କହିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.